STORYMIRROR

Saroj Kumar Jena

Abstract

3  

Saroj Kumar Jena

Abstract

ବାଲିଝରୀ, ଶ୍ୟାମସୁନ୍ଦରପୁର ଖାଦ୍ୟ

ବାଲିଝରୀ, ଶ୍ୟାମସୁନ୍ଦରପୁର ଖାଦ୍ୟ

1 min
211

ଶୁଣ ସୁଧି ଜନ ଡେରି ତୁମ କର୍ଣ୍ଣ

   କହୁଛି ବଖାଣି ଗାଥା ,

ବାଲିଝରୀ ଗ୍ରାମ ସଙ୍ଗେ ଗ୍ରାମ ଶ୍ୟାମ

   ଅଛି ଖାଦ୍ୟ ଯାହା ଯଥା

ହେଉବା ଭୋକରେ ହେଉବା ଖୁସିରେ

   ହେଉ ଅବା ପୂଜା ତିଥି ,

ଖାଦ୍ୟ ନେବା ପାଇଁ ଲୋକେ ହାଇଁ ପାଇଁ

   ପ୍ରାତଃରୁ ସାୟାହ୍ନ ନିତି

ସୁବଳର ବରା ଯୋଗିର କାକରା

   ମାୟା ସାହୁର ଚକୁଳି ,

ହେଉବା ଗରମ ହେଉବା ନରମ

  ଲୋକେ ଦେଉଥାନ୍ତି ଗିଳି

ଭ୍ରମର ଘୁଗୁନି ଖାଅ ତୁନି ତିନି

     ହୁଳା ଯିବଟି ବାହାରି ,

ପଖାଳ ସାଙ୍ଗକୁ ପଡ଼େ ଖୋଜିବାକୁ

    ବାୟା ସାହୁ ତରକାରୀ

ଗୁଲୁଗୁଲା ଜାଣ ଢଙ୍କ ପାଣି ଅଣ

    ସୁକୁଟା ଭାଇର ଘୁଗୁନି ,

କେଶବର ଚପ୍ ହୋଇ ଗପ ସପ୍

  ଲୋକେ ନେଇଥାନ୍ତି କିଣି

ଗୁରୁର ଉପମା ବଳେ ନାହିଁ ଜମା

      ଲାଗିଥାନ୍ତି ନିତି ଭିଡ଼ ,

ଖାଇଥିବ ଯିଏ ଝୁରୁଥାଏ ସିଏ

     ଗାଙ୍ଗୁରାମ୍ ଭାଇ ପୋଡ଼

ହେଉ ବୁଧବାର ଅବା ରବିବାର

   ଖୋଜନ୍ତି ମାଲ ମଟନ,

ମାଛ ପାଇଁ ଏଠି ନିତି ପିଟା ପିଟି

     ଅଛିବା ମିଲୁ ଦୋକାନ

ଟୁଟୁ ଭାଇ ଅଣ୍ଡା ଅଞ୍ଜଳିର ମଣ୍ଡା

    ନିତି ପାଇବ ସେଠାରୁ ,

ନିମେଇ ଭାଇଙ୍କର ଚାଟର ସ୍ବାଦ

  ଭୁଲିନୁ ଆମ ମନରୁ

ନାରଣର ପୁରି କରନ୍ତି ତିଆରି

   ଭଲ ଭାବେ ଦେଇ କାସ୍ତା ,

ତାଙ୍କରି ପାଖକୁ ହୋଇଲେ ଯିବାକୁ

  ପାଇକ ସାହିରୁ ରାସ୍ତା

ଗରମ ଜିଲାପି ନ ହୋଇଣ କାମ୍ପି

    କିଣି ନିଅ ପଞ୍ଚୁଠାରୁ ,

ଚା ଟିକିଏ ପାଇଁ ନିତି ଯାଅ ଧାଇଁ

  ଦିପୁ ଖୋଲେ ପାହାନ୍ତାରୁ

ଗଣେଶ ସମୀର ଛବି ଧନୁ ସ୍ୱର

   ନିତି ପଡ଼େ ଆମ କର୍ଣ୍ଣେ ,

ଗୁପୁଚୁପ୍ ମଜା ନକରିଣ ଲଜ୍ୟା

   ଖାଇଥାନ୍ତି ପରା ଜନେ

ଖୋଲିଣ ପସରା କେତେ କିଏ ପରା

    ଆଣିଥାନ୍ତି ଦହି ବରା ,

ବୁରୁନ୍ଦା ଭାଇର ସ୍ଵାଦିଷ୍ଟ ମଟର

   ଲାଗିଥାଏ ଭଲ ପରା

ଖାଉ ଫାଷ୍ଟ ଫୁଡ୍ ହୋଇଥାଏ ସୁଟ

   ପ୍ରକାଶ ଭାଇର ପକୋଡ଼ା ,

ଆହାକି ସୁନ୍ଦର ଆରତ ଭାଇର

      ସ୍ଵାଦିଷ୍ଟ ଭରା ସିଙ୍ଗିଡ଼ା

ଧୂର୍ବ ପଞ୍ଚୁ କୁଲୁ ନକରିଣ ଭୁଲ

   ଭଲରେ ଭାଙ୍ଗନ୍ତି ପାନ,

ଭଲ ଲାଗୁଥାଏ ଯିଏ ଖାଇ ଥାଏ

  ଜିଣି ହୁଏ ତାର ମନ

ବଖାଣି କହିଲି ଯାହା ମୁଁ ପାଇଲି

    ଆମ ଗ୍ରାମ ଖାଦ୍ୟ କଥା ,

ତୃଟି ଯାହା ଥିବ ମାର୍ଜିତ କରିବ

   ଏତିକି ମୋହରି ବାର୍ତ୍ତା



Rate this content
Log in

Similar oriya poem from Abstract