STORYMIRROR

କୃଷ୍ଣ ପ୍ରିୟା ମହାପାତ୍ର

Classics Others

3  

କୃଷ୍ଣ ପ୍ରିୟା ମହାପାତ୍ର

Classics Others

ବାହୁଡା ଯାତ୍ରା

ବାହୁଡା ଯାତ୍ରା

1 min
53


ରଥ ତ ସଜ୍ଜିତ

 ପଥ ବି ସଜ୍ଜିତ

 କାହିଁକି ମଣିମା ବିଳମ୍ବ ଏତେ।

 ବିଜେ ହୁଅ ପ୍ରଭୁ ଛାଡ଼ି ଜନ୍ମବେଦୀ

 ଅପେକ୍ଷା କରିଛି ଜଗତ ସତେ।


ବିଶ୍ୱ ଦରବାର

 ନିଃସ୍ୱ ଆଜି ନାଥ

 ତୁମରି ବିଶ୍ୱାସ ଭରସା ମାତ୍ର।

 ଅରକ୍ଷରକ୍ଷଣ ବାନା ଉଡାଇଛ

 ଟାଳିଦିଅ ପ୍ରଭୁ ବିପତ୍ତି ତୁଚ୍ଛ।


ବାହୁଡା ବିଜୟ

କର ଦେବରାୟ

 ମହନୀୟ ଯାତ୍ରା ହେଉ ସମ୍ପୂର୍ଣ୍ଣ।

 ତୁମ ନୟନର ପରିଧି ପର୍ଯ୍ୟାପ୍ତ

  ନାଶିଵାକୁ ରୋଗ ଶୋକ ତାଣ୍ଡବ।


କମଳ ନୟନ 

ଜଗତ ଜୀବନ

 ସୃଷ୍ଟି ସ୍ଥିତି ପ୍ରଳୟ ର ନାୟକ।

 ତୁମେ ଇଚ୍ଛା କଲେ ନାଶ ହେବୁ ସର୍ବେ

 ମୁହୂର୍ତ୍ତକେ ହୁଅ ବରଦାୟକ।


ତୁମେ ପରିବ୍ୟାପ୍ତ।

 ଜ୍ୟୋତି ପ୍ରାୟ ଦୀପ୍ତ

 ଭୂମି ରୁ ଭୋୖମକୁ ହୁଅ ଆତଯାତ।

 ଆହେ ଜଗତ୍ ବନ୍ଦ୍ୟ ମୁହିଁ ଅକିଞ୍ଚନ

 ତୁମେ ମହାମେରୁ ଦିଅ ଶରଣ।

          


Rate this content
Log in

Similar oriya poem from Classics