STORYMIRROR

Panchanan Jena

Tragedy

3  

Panchanan Jena

Tragedy

ବାଘଛାଲ

ବାଘଛାଲ

1 min
558


ଅଦ୍ୟ ସରିଥିବା ତ୍ରୀସ୍ତରୀୟ 

ପଞ୍ଚାୟତ ନିର୍ବାଚନ

ଭୂଲ କହିଲି ମହୋଦୟ ମହାଶୟ

ରାଜନୈତିକ ରଣାଙ୍ଗନ ପ୍ରାୟ ।


ଭାବି ବସିଲେ

ହସ ବି ଲାଗେ ଅଳପ ଅଳପ

ଲଜ୍ୟା ବି ମାଡ଼େ ସଳପ ସଳପ

ଦୁଃଖ ବି କରେ କଳପ କଳପ ।


ମୋତେ ଲାଗେ 

ଗାଁ ସାରା କେବଳ ଯୋଡହସ୍ତ ମୁଦରା

ପ୍ରାର୍ଥୀ- ପ୍ରାର୍ଥନୀଙ୍କ କୃତ୍ରିମ ହସ ପସରା

ରଙ୍ଗ ରୋଷଣୀ ପଳାଶ ଫୁଲ ଆସରା


 ସୁନ୍ଦର ସୁନ୍ଦର ଫଟୋ ବ୍ୟାନର ଯାତରା

ଗଛ-ଡାଳ କାନ୍ଥ-ବାଡରେ ଟଙ୍ଗା ଚିତରା

ଦେଶ ସେବା ପାଇଁ ବ୍ରତୀ ଦଳେ ନୁଙ୍ଗୁରା


ରଙ୍ଗଶାଳା ମଦଶାଳା ମଧୁଶାଳା କରି

ମାଂସାହାରୀ ଗୁଣ୍ଡାଗିରି ବହେ ଅର୍ଥସାରି

ମିଛ ଅଭିନୟରେ ଧୋକା ଚିତାମାରି


ଛୋଟ ଗାଆଁରେ ଭୋଟ ନାଆଁରେ

 ଘରେ ଘରେ ହାଟ ବଜାରେ

ପିଣ୍ଡାରେ ବସ୍ତିରେ ମସ୍ତିରେ

ଆରମ୍ଭନ୍ତି ରାଜନୀତି ପଶାଖେଳ


ବାପ-ପୁଅର ବଇରୀ

ନଣନ୍ଦ- ଦ୍ଭାଭଜର ଅରୀ

ବଂଶ କୁଟୁମ୍ବ ଧରି ଛୁରି

ଅଣ୍ଟା କାଟନ୍ତି ହାଉଲେ କରି ନିଆଁଶାଳ ।


ମନକୁ ପୁଣି ଭାବନା ପଶିଯାଏ

ମୁଣ୍ଡକୁ ପୁଣି ପିତ୍ତ ଚରିଯାଏ


ସିନେମା ହଲ୍ ଆଗରେ

ସିନେ ତାରକାମାନଙ୍କ ବଡ଼ ବ୍ୟାନର

ଯେମିତି ସିନେମା ପାଗଳ ମାନଙ୍କୁ

ସିନେମା ହଲ୍ ଭିତରକୁ 

ଟାଣି ଆଣିବାକୁ 

ଚୁମ୍ବକୀୟ କ୍ଷେତ୍ର ପରି କାମ କରେ 

ବୋଧେ ସେହିପରି

ଆଉ ଗୋଟେ ସର୍କସ ଖେଳ

ମିଛିମିଛିକା ପଞ୍ଚାୟତିରାଜ୍‌ ଝୋଳ ।


ସେବା ସାହାଯ୍ୟରୁ କାଣିଚାଏ

 ନ ଥିବା ଠକ ଦଳ

ଦେଖାଇ ଭେଳିକି ଟଙ୍କାର ବଳ

ଭୋଅଟ କିଣନ୍ତି ଖଟେଇ ପେଞ୍ଚୁଆ ଖଳ

ମାଗି ଖିଆ ପିଆ ଶୋଆ ଲୋକେ

ଶୁଅ ମୁଁହରେ ପତର ପରିକା ଥୋକେ ଧୋକେ

ରଙ୍ଗମଖା ଚେହେରାର ଚମକରେ

ଠିକ୍ ବାସ୍ନାହୀନ ଡଉଲ ଡ଼ାଉଲ

ଠିକ୍ ହରରଙ୍ଗୀ ଟହଲ ମହଲ

 ଠିକ୍ କାଗଜଫୁଲ ପରିକା ହଲଚଲ ।


ବୁଝି ସାରିଥିଲି ବୋଧେ

ଅସଲି ଉପସଂହାର 

ଭଲ ବ୍ୟବସାୟ ରାଜନୀତି

ପାଞ୍ଚବର୍ଷିଆ ଘୋଡା ବେପାର ।



ଝଲମଲ ବାଘଛାଲ ପିନ୍ଧି 

ନୀଳବର୍ଣ୍ଣ ଶୃଗାଳମାନେ

ଗଣତନ୍ତ୍ର ନାମରେ ଧନ୍ଦାତନ୍ତ୍ର 

ଗୋଲକଧନ୍ଦା ନାଁରେ ମାରଣତନ୍ତ୍ର

ଫାସ ବସେଇ ବେସୁମାର

ଶିକାର କରୁନ୍ତି ଅନ୍ଧ ମୂକ ବଧିର

ଜନତାଙ୍କୁ ଜୋରଦାର

ପାଞ୍ଚବର୍ଷ ଭୋଟ ବେପାର

 ପକେଟ କଚେବାର ।




Rate this content
Log in

Similar oriya poem from Tragedy