ବାଦେଇ ବଉଦ
ବାଦେଇ ବଉଦ
ନଈକୂଳେ ସାଥୀ ବସିଥିଲେ ଆମେ
ପାଣିରେ ଛାଇକୁ ଚାହିଁ
ପବନଟା ବହି ବାଦ କଲା ସତେ
ଆମକୁ ନପାରି ସହି ...
ତୁମ ପିନ୍ଧାବାସ ମୁକୁଳା କେଶକୁ
ଅସଜଡା କରିଦେଲା
ସଜାଡୁ ସଜାଡୁ ଦେହ ମନ ଆମ
ମେଘକୁ ସେ ଡାକି ଦେଲା
ବାଦେଇ ବଉଦ ବାଦେଇ ବରଷା
ମନ ଆମ ନେଲା ଧୋଇ
ଆମକୁ ନପାରି ସହି ..
କଥାହେବା ପାଇଁ କେତେ କଥା ଆମେ
ମନରେ ସାଇତି ଥିଲେ
କଥା ପଦଟିଏ କହିବା ଆଗରୁ
ବରଷାରେ ଭିଜିଗଲେ
ଲେଉଟିଲେ ସାଥୀ ବାଟସାରା ତିନ୍ତି
ପବନକୁ କଟି କହି
ପାରିଲାନି ସେତ ସହି...

