ଅସୁରକ୍ଷିତ ପରି
ଅସୁରକ୍ଷିତ ପରି
ଆଜି ବି ସେ ସମାଜରେ
ମୁଣ୍ଡ ଟେକି ପାରେ ନାହିଁ ଚାଲି
ଯୁଗ ଯୁଗ ଧରି ତା ଉପରେ
ହୁଏ ଅତ୍ୟାଚାର
ଯାତନା ତାହାର ଅଟେ
ସର୍ବଶ୍ରେଷ୍ଠ ପୁରସ୍କାର
ସଭ୍ୟ ସମାଜ ର
କେତେ କେତେ ନାରୀ
ଆଲୋକ ନ ଦେଖି
ଗଲେଣି ଅପସରି
ସଚେତନତା ସବୁ ଦେଉଛି
ମଣିଷ ପାଶୋରି
ଅସୁରକ୍ଷିତ ନାରୀ ସେ ତ
ଅସୁରକ୍ଷିତ ପରି।
