ଅପ୍ରତ୍ୟାଶିତ ଆଶା
ଅପ୍ରତ୍ୟାଶିତ ଆଶା
ଅପ୍ରତ୍ୟାଶିତ ଏ ଆଶା
ମନେ କରିଛି ଭରସା
ପୂର୍ଣ୍ଣକର ମମ ମନୋରଥ
ମହାଗୈାରୀ ତୁ ଶିବାନୀ
ନାରାୟଣୀ ସୁଦର୍ଶନୀ
ଦୟାକର ମୁଁ ପାତୁଛି ହାତ...।
ମୃଦୁଳ ହିଲ୍ଲୋଳ ବହେ
ଝିରି ଝିରି ସ୍ୱନ ଶୋହେ
ଶାରଦେ, ମନୋହର ପାର୍ବଣେ
ହସୁଛନ୍ତି ଧୀରେ ଧୀରେ
ତରୁ ଶାଖା ଚୟ ବାରେ
ସମ୍ଭାରବୃଦ୍ଧି, ମା-ଆକର୍ଷଣେ ।
ଶ୍ୱେତ ବୃଷେ ସମାରୁଢା
ଭକ୍ତି ପ୍ରୀତି ସ୍ନେହ ଶ୍ରଦ୍ଧା
ସଂସାର ରେ ତୁ ମହା ଗଉରୀ
ଯାହା ଆଶା ମନେ ନାହିଁ
ଦେଇ ଥାଉ ତୁହି ମାୟୀ
ଅପ୍ରତ୍ୟାଶିତ ଆଶା ଯାଏ ପୁରି..।
ପ୍ରକାଶେ ସୁଷମା ଆଜି
କନକ କିରଣ ରାଜି
ମହାଗୌରୀ ପୂଜନେ ସୁନ୍ଦର
ନଦୀ ପୁଷ୍କରିଣୀ ଜଳ
ହେଲା ମାଗୋ ସୁବିମଳ
ଶରତ ପୂଜା ସୁ ମନୋହର..।
ଶୁକ୍ଳ ପକ୍ଷ ଅଷ୍ଟମୀରେ
ମହାଷ୍ଟମୀ କ୍ଷାତ ବାରେ
ସୁବର୍ଣ୍ଣ ବର୍ଣ୍ଣାଙ୍କୁ ପୂଜୁଁ ଥରେ
ଦୁର୍ଗାଷ୍ଟମୀ ମହୀ ଜାଣେ
ପୂଜେ କୋଣେ ଅନୁକୋଣେ
କିଛି ବି ସୁଶୀଳ ଫଳ ଭରେ... ।
ଅପ୍ରତ୍ୟାଶିତ ଆଶା କୁ
ପୂର୍ଣ୍ଣ କରନ୍ତି ମନକୁ
ୟେ ,ମାତା ଆଶୀର୍ବାଦ ପ୍ରାପ୍ତ ରେ
ଭକ୍ତି ନିଷ୍ଠା ଧୈର୍ଯ୍ୟ ଧୃତି
ଥିଲେ ଆସେ ତାଙ୍କ ପ୍ରୀତ୍ତି
ମରତରେ, ଆଲୋକଦୀପ୍ତ ରେ..।
ସତ୍ୟ ହିଂସା ଯମ ପ୍ରେମ
ମହା ଗୌରୀ ମାତା ତୁମ
ଭକ୍ତିବି ହୁଏ ଉଜ୍ଜୀବିତ ରେ
ଧରି ହୃଦେ ଭାତୃ ଭାବ
ତେଜି ହିଂସା ମନୁ ସର୍ବ
ଅହଂ କୁ କରୁ ଦ୍ରଵିଭୂତ ରେ..।
ଅପ୍ରତ୍ୟାଶିତ ଭାବନା
ପ୍ରତ୍ୟାଶିତ ର ସୃଜନା
ହେ ମାତା ମହା ଗୌରୀ ଅମ୍ବିକେ
ମହାଲକ୍ଷ୍ମୀ ମହା ମାତ୍ରା
ମହେଶୀ ମାଧବୀ ଧାର୍ତ୍ତା
ଭକ୍ତକୁ, ଦୟାକର କ୍ଷଣିକେ...।।
