STORYMIRROR

Soumya Shubhadarshinee

Inspirational Romance

3  

Soumya Shubhadarshinee

Inspirational Romance

ଅପ୍ରତିହତ

ଅପ୍ରତିହତ

1 min
13.3K



ସୂର୍ଯ୍ୟ ସ୍ନାତା ରୁକ୍ଷ ବୈଶାଖୀ ହୁଅ

ଅବା ହୁଅ ଜଳମଗ୍ନା ଶ୍ରାବଣୀ,,!!


ହୀମ ସ୍ନିଗ୍ଧା ହେମନ୍ତ ସ୍ପର୍ଶ ହୁଅ

ଅବା ହୁଅ ଜରତୀ ଶୀତ ସଂନ୍ଧ୍ୟା,,!!


ଶରଦ ଚିତ୍ରିତ କାଶତଣ୍ଡୀ ହୁଅ

ଅବା ହୁଅ ତୁମେ ମୋର ବାସନ୍ତୀ,,!!


ସବୁ ମୁହୂର୍ତ୍ତରେ ଓ ସବୁ ଋତୁରେ

ସବୁ ରୂପରେ ଓ ସବୁ ରଙ୍ଗ ରେ,,!!


ସତ୍ୟରେ ,ସ୍ୱପ୍ନରେ ଆଉ ଚେତନା ରେ

କଳ୍ପନା ରେ ଆଉ ବାସ୍ତବ ରେ,,!!


ସବୁଠି ଅପ୍ରତିହତ ତୁମ ଆକର୍ଷଣ

ଆଉ ଅଜଵ ତୁମର ସମ୍ମୋହନ,,!!


ଭରିଛ ବେପଥୁ ସମଗ୍ର ସତ୍ତାରେ

କରିଛ ଆବଦ୍ଧ ତୁମ ପୃଥିବୀ ରେ,,!!


ଲଙ୍ଘି ପାରୁନାହିଁ ପ୍ରୀତି ପାରାବାର

ସମର୍ପିତ ତହିଁ ହୃଦୟ ମୋହର,,!!


ସୌମ୍ୟା ଶୁଭଦର୍ଶିନୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational