Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Inspirational

4  

Niranjan Mishra

Inspirational

ଅଫେରା ଅତୀତ

ଅଫେରା ଅତୀତ

1 min
382



ଅତୀତର କଥା ମନେପଡେ ଆଜି

ଆଉ କି ଫେରିବ ସିଏ ?

ଯାଇଅଛି ଚାଲି ଯାହାଥିଲା କାଲି

ଅଫେରା ଅତୀତ ଇଏ ।୧।


କାଳର କରାଳ ଚକ୍ରେ ପେଶି ହୋଇ

ଚାଲି ଯାଇଛି ଅତୀତ ।

ନ ଫେରିବ କେବେ ଯେତେ ଯାହାକଲେ

ସବୁ ହେବ ପରାହତ ।୨।


କାଲି ଥିଲା ଶିଶୁ ଯୁବକ ହୋଇଲା

ଆଜି ସବୁ ଗଲା ଚାଲି ।

ଯୁବାବସ୍ଥା ଗଲା କାଳର ଗ୍ରାସରେ

ଜରାଗ୍ରସ୍ତ ହେଲା ଖାଲି ।୩।


ମନରେ ଆସୁଛି କେତେ ଯେ ଭାବନା

ଅସରନ୍ତି ବାଲି ସମ ।

ଅଫେରା ଅତୀତ ସ୍ମୃତି ହୋଇ ରହେ

କହିବାକୁ କେବା କ୍ଷମ ?୪।


ଜୀବନ ଯାତ୍ରାର ଉପଳ ସମୂହ

ପଦେ ପଦେ ପଡି ମନେ ।

ଚେତାଇ ଦିଅନ୍ତି ମନକୁ ସର୍ବଦା

ଆଉ କି ଫେରିବ ଦିନେ ।୫।


ଯାଇଛି ଅତୀତ ଚାଲେ ବର୍ତ୍ତମାନ

ହେବ ସେ ପୁଣି ଅତୀତ ।

ବର୍ତ୍ତମାନ ଶେଷ ହେଉ ହେଉ ନିଶ୍ଚେ

ଆସିଯିବ ଭବିଷ୍ୟତ ।୬।


ଯାଇଛି ଅଫେରା ଅତୀତ କେବେ ସେ

ନ ଫେରିବ ଦିନେ ଆଉ ।

ବର୍ତ୍ତମାନ ଯଦି ସୁନ୍ଦର କରିବା

ସୁନ୍ଦର ଦିଶିବ ଆଉ। ।୭।


ସୁନ୍ଦର ଅତୀତ ଗଢିବା ପାଇଁକି

ମନରେ କରିବା ପଣ ।

ବର୍ତ୍ତମାନ ଯଦି ସ୍ୱଧର୍ମେ ରହିବା

ଅତୀତ ହେବ ମହାନ। ୮।


ଆଜି ଯାହା ସବୁ କରୁଅଛେ ଆମେ

କାଲି ତା ହେବ ଅତୀତ ।

କାଲି ଭବିଷ୍ୟତେ ଦେଖିଲେ ତାହାକୁ

ହୋଇବ ସେ ସୁମହତ ।୯।


ଅଫେରା ଅତୀତ ନଫେରଇ ସିନା

ଦେଇଥାଏ ମହାଶିକ୍ଷା ।

କଅଣ କରିବ କିବା ନକରିବ

ଅତୀତଠୁ ନିଅ ଦୀକ୍ଷା ।୧୦।


Rate this content
Log in

Similar oriya poem from Inspirational