Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sriman Bapu

Tragedy Inspirational Others

2  

Sriman Bapu

Tragedy Inspirational Others

ଅପଦାର୍ଥଟା

ଅପଦାର୍ଥଟା

1 min
40


କ'ଣ କହିବି ?

ଯେଉଁ କଥା ସବୁର କିଛି ମୂଲ୍ଯ ନାହିଁ

ସେ କଥା ନକହି ଚୁପ୍ ରହିବା ଟା ହିଁ ଭଲ ।


ତୁମ ପାଇଁ ତ ମୁଁ ଅପଦାର୍ଥଟିଏ 

ତେବେ ପୁଣି କାହିଁକି ଅପେକ୍ଷା କର 

କି ମୁଁ କିଛି ଆଗ କହେ ,

ହାତ ବଢ଼ାଏ ବୋଲି ?


ଚାଲୁ ଯେତେ ଦିନ ଚାଲୁଛି ଏଇମିତି ....!

ଅଛିଣ୍ଡା ନୀରବତା ର ମଝିରେ ମଝିରେ 

ବ୍ୟର୍ଥତା ଭରା ଦୀର୍ଘ ନିଃଶ୍ବାସ..!

କେବେ ଏପଟୁ ତ କେବେ ସେପଟୁ

ଯେମିତି ଅଲଂଘ୍ଯ ଅତୁଟ  ପାଚେରୀକୁ

ଭାଙ୍ଗିବାର ଏକ ଶୀତଳ ବୃଥା ପ୍ରୟାସ ଚାଲିଛି ।


ତଥାପି ଫୋନ୍ ଚାଲିଥିବ ....

ଦୁହିଁଙ୍କ ଆଖିରେ ନିଦ ନଆଶିବା ଯାଏଁ ।


ଅହରହ ଘାଣ୍ଟି ଚକଟି ହେଉଥିବା 

ଏ ଅଣନିଃଶ୍ବାସୀ ହୃଦୟ ,

କୂଳ ଲଙ୍ଘିବାରେ ବିଫଳ ବ୍ୟଥିତ ଲହରୀ ପରି 

ଏ   ଅଶାନ୍ତ ମନ  ଆଉ କେବେ କ'ଣ

ଶାନ୍ତିରେ ଘଡ଼ିଏ ଶୋଇ ପାରିବ 

ବଞ୍ଚିଥିବା ଯାଏଁ , 

 ଶେଷ ଦୀର୍ଘ ନିଃଶ୍ବାସ ଛାଡ଼ିବା ପୂର୍ବରୁ ?


ସତରେ ଅପଦାର୍ଥଟା  .......।




Rate this content
Log in

Similar oriya poem from Tragedy