Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidutprabha Mishra

Inspirational Others Children

4  

Bidutprabha Mishra

Inspirational Others Children

ଅନ୍ୟାୟ ଦାଣ୍ଡରେ ନ୍ୟାୟ ଭିକାରୀ

ଅନ୍ୟାୟ ଦାଣ୍ଡରେ ନ୍ୟାୟ ଭିକାରୀ

1 min
270



ଅନ୍ୟାୟ ଦାଣ୍ଡରେ ନ୍ୟାୟ ମାଗୁଅଛି 

ଆହେ ପ୍ରଭୁ ଚକ୍ର ଧାରୀ,

ଦୁଃଖୀମାନବ ମୁଁ ସତ୍ୟ ପଥେ ଚଳି

ସାଜିଛି ନ୍ୟାୟ ଭିକାରୀ l

ଅନ୍ୟାୟ ଦାଣ୍ଡରେ ନ୍ୟାୟ

ଦିନେ ଦେଇଥିଲ ନ୍ୟାୟ ତୁମେ ପ୍ରଭୁ

କୁରୁପତି ସଭା ତଳେ,

ଅନ୍ୟାୟ ରେ ଯେବେ ବସ୍ତ୍ର ହରଣ

ଦ୍ରୌପଦୀ ଙ୍କ କରୁଥିଲେ l

କୋଟି ବସ୍ତ୍ର ଦେଇ ରଖିଦେଲ ମାନ

ଶୁଣି ପାଞ୍ଚାଳୀ ଗୁହାରି l

କଳି ଯୁଗେ ଆଜି ଅନ୍ୟାୟ ଅନୀତି

ଯାଉ ଅଛି କେତେ ବଢ଼ି,

ସତ୍ୟ ପଥେ ଆଜି ଘନ ଅନ୍ଧକାର 

ବିପଦ ଆସୁଛି ମାଡି l

ସତ୍ୟ ପଥପରେ ପଥିକ ଟିଏ ମୁଁ

ହାତ ମୋର ନିଅ ଧରି l

ତୁମେ ଅନାଥ ଙ୍କ ନାଥ ଅଟ ପ୍ରଭୁ

ନ୍ୟାୟ ଦାତା ଭଗବାନ,

ତୁମରି ଆଶ୍ରାରେ ତୁମଶ୍ରୀଚରଣେ 

କରୁଛି ମୁହିଁ ଜଣାଣ l

ଦୁଃଖୀଟିଏ ପାଇଁ ତୁମେ ଏକା ସାହା 

ଦିନ ବନ୍ଧୁ ଦଇତାରୀ l

କଳ୍କୀ ବେଶ ଧରି ଆସିଯାଅ ପ୍ରଭୁ

ନ୍ୟାୟ କରିବାକୁ ଦାନ,

କଳିଯୁଗେ ଆଜି ଅନ୍ୟାୟ ଅତ୍ୟାଚାର

ବଢିଯାଏ ଦିନୁ ଦିନ l

ନ୍ୟାୟ ପାଇଁ ଆଜି ବୁଲୁଛି ଭକତ

ଆଖିରେ ଲୁହକୁ ଭରି

ଅନ୍ୟାୟ କୁ ପ୍ରଭୁ ଚକ୍ରରେ ତୁମ

ଦିଅ ଆସି ନାଶକରି l


Rate this content
Log in

Similar oriya poem from Inspirational