STORYMIRROR

subhalaxmi sethi

Romance Tragedy

2  

subhalaxmi sethi

Romance Tragedy

ଅନୁତାପ

ଅନୁତାପ

1 min
140


ମିଛ ଭାବନାକୁ ସତ ଭାବି ନେଇ

ଧରିଥଲି ତୁମ ହାତ

ଆଖିର ଲୁହକୁ ଓଠରେ ପିଇ ମୁଁ

ଚାଲୁଛି ଜୀବନ ପଥ ।

ଦୁଃଖ ର ସଉଦା ନିଜେ ମୁଁ କରିଛି

ମରୀଚିକା ପଛେ ଧାଇଁ

ହୃଦୟ ର ଏକ ନିଭୃତ କୋଣରେ

ମନ ପକ୍ଷୀ କାନ୍ଦେ କଇଁ ।

କା'ଆଗେ କହିବି ମରମ ବେଦନା

ଛାତି ତଳ ଅବସାଦ

ହୃଦୟ ଦେଇ ମୁଁ କି ଭୂଲ୍ କରିଲି

ନେଲ ତୁମେ ପ୍ରତିଶୋଧ ।

ଯନ୍ତ୍ରଣା ର ଝଡ ହୃଦୟେ ବୁହାଇ

କି ଲାଭ ପାଇଲ କୁହ

ଓଠରୁ ମୋ ହସ ଲୁଟି ନେଇ

ଭରିଲ ଆଖିରେ ଲୁହ ।

ସ୍ୱପ୍ନ ସବୁ ମୋର ଧୂଳିସାତ ହେଲା

ଭାଙ୍ଗିଲା ପ୍ରେମର ନୀଡ

କାମନା ବାସନା ଶିକାର ହୋଇ ତୁମେ

ଆଣିଲ ଅଶାନ୍ତ ଝଡ ।

ଅତୀତର ସେଇ ମେଞ୍ଚା ମେଞ୍ଚା ସ୍ମୃତି

ମନେ ପଡେ ବାରମ୍ବାର

ଆଞ୍ଜୁଳାଏ ସୁଖ ମାଗିଥିଲି ବୋଲି

ବୁହାଇଲ ଲୁହ ଧାର ।

ମଧୁର ଆଳାପ ହଜିଗଲା କାହିଁ

ରହିଗଲା ଖାଲି ସ୍ମୃତି

ବତୁରା ହୃଦୟେ ସାଉଁଟୁଛି ଆଜି

ମିଠା ମିଠା ସେଇ ପ୍ରୀତି।

ଚକ୍ରବୁହ୍ୟେ ଆଜି ଛନ୍ଦି ହୋଇ ଗଲି

ନାହିଁ ଫେରିବାର ବାଟ

ଭାଗ୍ୟ ଆକାଶରେ ଦୁର୍ଭାଗ୍ୟ ବାଦଲ

ଅସହ୍ୟ ଅଦେଖା କଷ୍ଟ।

ନିରୋଳା ମୂହୂର୍ତ୍ତେ ମନେ ପଡିଗଲେ

ଲୋତକ ଆସଇ ଝରି

ଗୁମୁରି ଗୁମୁରି ହୃଦୟ ମୋ କାନ୍ଦେ

ଅନୁତାପେ ଯାଏ ମରି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from subhalaxmi sethi

Similar oriya poem from Romance