ଅନୁରାଗ
ଅନୁରାଗ
ଝରିଯାଏ କିଏ ଶେଫାଳି ପରି
ପଳାଶର ପରଶରେ,
ଶୀହରିଯାଏ ଲାଜକୁଳୀ ପରି
ହେନା ଭରା ବାସ୍ନାରେ l
ହଜିଯାଏ କିଏ ପାରିଜାତ ପରି
ବସନ୍ତର ଆଗମନରେ,
ଉଲ୍ଲସିତ କିଏ ବଉଳ ପରି
ବଂଶୀର ମୂର୍ଚ୍ଛନାରେ l
ଝୁମି ଉଠଇ ଘୁଙ୍ଗୁର ପରି
ତନମୟୀ କଣ୍ଠ ତାଳରେ,
ଫୁଟକେ ରଜନୀଗନ୍ଧା ପରି
ଜ୍ୟୋସ୍ନାର ମୃଦୁ ଛୁଆଁରେ l
ସେଯେ ଅଲିଅଳୀ, ଅତି ସୁକୁମାରୀ
ଶତପୁଷ୍ପର ଗନ୍ଧ,
ଇନ୍ଦ୍ରଧନୁର ରଙ୍ଗ ତା ଦେହେ,
ଶତ ମାଧୁରୀର ସ୍ବପ୍ନ l
ଲାଜକୁଳୀର ଲାଜରେ ସେ
ଶତ ବସନ୍ତର ସ୍ୱପ୍ନ,
ପରିଚିତl ଅତି ; ସେ ଅପରିଚିତl ବି
ସ୍ବର୍ଗୀୟା - ଅନୁରାଗ I
ତୃପ୍ତି ସାହୁ
କନିକା ରୋଡ, କଟକ