ପଲ୍ଲବୀ ଫଗୁଣ
ପଲ୍ଲବୀ ଫଗୁଣ
1 min
14.7K
ଫଗୁଣ ଆସିଛି ଫୁଲେଇ ହୋଇ,
ମଧୁମାଳତୀର ବେଣୀ ଲମ୍ବାଇ ।
ଗଭାରେ ନାଇଛି ବଉଳ ପେନ୍ଥା,
ମନ୍ଦାର ବିନ୍ଦୁ ରେ ଉଜ୍ଜ୍ଵଳ ମଥା ।
ଉଆଁସୀ ଫୁଲର ହଳଦୀ ରଙ୍ଗେ,
ପଣତ ତା’ ଉଡେ ମଳୟ ସାଙ୍ଗେ।
ଚଇତି ଜହ୍ନକୁ ସାଥୀରେ ନେଇ,
ପଳାଶ ରଙ୍ଗରେ ହୋଲି ଖେଳାଇ ।
ମୁକୁଳିତ ଆମ୍ବ, କଦମ୍ବ ପତ୍ର,
ରଙ୍ଗ ଚୋରାଇଛି ତା ଅଙ୍ଗ ବସ୍ତ୍ର।
ରଜନୀଗନ୍ଧାର ପାଉଁଜି ପାଦେ,
କାନେ କନିଅର ଝରା ଟି ସାଜେ।
ଉତ୍ତ।ଳ ତମାଳ ବକ୍ଷେ ଝଟକେ,
ତା’ ଦେହ ବାସ୍ନାରେ ଧରା ମହକେ।
ମତୁଆଲା କରେ କବିର ମନ,
ପ୍ରକୃତିରେ ଭରି ନବଯୌବନ।
ତୃପ୍ତି ସାହୁ
କନିକା ରୋଡ , କଟକ
