ମୌସୁମୀ
ମୌସୁମୀ
1 min
13.2K
ଆଃ..... ମୌସୁମୀ ତୁମେ ଖୁବ ସୁନ୍ଦର -
ଅନେକ ପ୍ରତୀକ୍ଷାର ଅନ୍ତ ଘଟାଇ
ବରଷି ଯାଅ ତୃଷାତୁର ବୁକୁରେ ଧରଣୀର.
ଘନ ଘୁମୁର ତୁମ ପଣତରେ
ଲୁଚାଇ ଦିଅ, ସୁର୍ଯ୍ୟମୟୀ ରୂପ,
ଆକାଶର ଅମୃତ ଝରିଯାଏ ପୂର୍ଣ୍ଣମୀରେ
ଦେବସ୍ନାନର ଅଭିପ୍ଶା ନେଇ
ଜଳାଅ ଅନେକ ହୃଦୟରେ ଦୀପ l
ଧୂସରିତ ବନାନୀ, ବୃକ୍ଷମାଳା
ସଦ୍ୟସ୍ନାତା କିଶୋରୀ ରୂପେ, ପିନ୍ଧଇ
ସବୁଜ ରଙ୍ଗର ପାଟ;
ପାଉଁଜିର ଛମ ଛମ ଶବ୍ଦରେ ତୁମେ
କବି ପ୍ରାଣ କର ରୋମାଂଚିତ l
ମୟୁରର ଛନ୍ଦ ତୋଳେ
କେଶୀ ପ୍ରାଣେ ଅଭିସାର ଓ
ଫୁଲେ ଫୁଲେ ମଧୁମୟ ଗନ୍ଧ,
ବର୍ଷା ଟୋପାରେ ଆଣି ଭରିଦିଅ
ଦେବତାର ବସ୍ତ୍ରରେ ଆକାଶର ରଙ୍ଗ I
ତୁମେ ତ ପାହାଡି ଝରଣା ହୋଇ
ବହିଯାଅ ବଣରେ, କ୍ଷେତରେ l
ବନ୍ଧ ଭାଙ୍ଗେ ଯୌବନ ;
ମତାଣିଆ ନଦୀର ଦୁଇ କୂଳେ
ହଜାଇ ନିଜର ସତ୍ତା, ଲୁଚିଯାଅ
ତୁମେ ପୁଣି ନିର୍ଲିପ୍ତ ସେ ସାଗର ବକ୍ଷରେ l
ତୃପ୍ତି ସାହୁ