ଅନ୍ତର୍ଯ୍ୟାମୀ ପ୍ରଭୁ
ଅନ୍ତର୍ଯ୍ୟାମୀ ପ୍ରଭୁ
ଅନ୍ତର୍ଯ୍ୟାମୀ ପ୍ରଭୁ
ଜାଣୁଛ ତ ସବୁ
ଅନ୍ତର ଦହନ ଯାହା
କେତେ ଡାକି ଆଉ
ଦୁଃଖ ଜଣାଇଲେ
ହୋଇବ ଥରୁଟେ ସାହା |
ଯାହା ମୁଁ କରୁଛି
ଯାହା ମୁଁ କହୁଛି
ଭାବୁଛି ଯାହା ମୁଁ ମନେ
ସେ ସବୁତ ତୋର
କରୁଣା ମାତର
ଆନ କିଏ ତୋ ବିନେ |
କି ଦୋଷ ଏବେ ମୁଁ
କରିଲି କି ପ୍ରଭୁ
ସବୁ ସୁଖ ନେଲ ହରି
ମନେ ପାଞ୍ଚିଅଛ
ମୋ ଭେଳା ବୁଡାଇ
ପ୍ରଭୁ ବୋଲି ଯିବ ତରି |
କାହିଁକି ହେ ପ୍ରଭୁ
ଯିବି ମୁଁ ମନ୍ଦିର
କରିବାକୁ ତୋ ଆଳତି
ତୁମେ ମାୟାଧାରୀ
ସଂସାର ନାଆ କୁ
ଧରିଛ ମିଛ ରେ ଭିଡି |
ଛଳନା ର ଜାଲ
ବିଛାଇ ବସିଛ
ପାପୀ ତପି ଜନ ପାଇଁ
କର୍ମ ଦେଖି ଫଳ
ନିର୍ଦ୍ଧାରିତ କର
ଦୁଃଖ ଦିଅ ସୁଖ ନେଇ |
ମିଛ ମାୟା ଭରା
ଏ ସାରା ସଂସାର
. ମିଛେ ଖାଲି ସିନା ଭାବ
ତୋ ପ୍ରେମ ସିନ୍ଧୁ ରେ
ବିନ୍ଦୁ ଟିଏ ହୋଇ
ମିଶାଇ ଦେ ପଦ୍ମନାଭ |
କାମ କ୍ରୋଧ ଲୋଭ
ମୋହ ଅହଂକାର
ଅର୍ଜିଛି ଯା ପାପପୁଣ୍ୟ
ମନରେ ସୁମରି
ତୁମରି ମୂରତି
ଚରଣେ ଥୋଇ ମୋମନ |
ତୁମ କଥା ମାନି
ଚାଲିଛି ପ୍ରଭୁ ହେ
ଦେଖାଇଛ ଯେଉଁ ରାହା
ଯେତେ ଦୁଃଖ ଦେଲେ
ସହିଯିବି ସବୁ
ସୁଖ ବୋଲି ମଣି ତାହା |
ଶୁଣୁଛ ବୋଲି ହେ
ଜଗତ ର ନାଥ
ଜଣାଇଲି ଶ୍ରୀ ଛାମୁ ରେ
ତୁମ ନାମ ଧରି
ଦିନ ଯାଉ ସରି
ଏହି ନିବେଦନ କରେ |