ଅନ୍ତରତା
ଅନ୍ତରତା
ଅବିକଳ ତୁମେ ଏକ ଫୁଲ ର କଅଁଳ ପାଖୁଡା ରେ ଗଢା,
ଛୁଇଁ ଦେଲେ ତୁମକୁ ମନେ ହୋଇଯାଏ କେତେ ଯେ ସ୍ବପ୍ନ ଗଢା,
ଏ ସ୍ମିତ ହାସ୍ୟ ର ତୁମେ ଯେ ଏକ କାରଣ,
ଲଗାମ୍ ଛଡା ମନ ରେ ଭରି ଦିଅ ଉଡାଣ,
ସକାଳ ର ସେଇ କିରଣେ ଛୁଇଁ ଦେଇ ଯାଏ ତୁମର ଭାବନା ଯେତେ ସବୁ,
ମୁରୁକି ହସ ଖେଳି ଯେଏ ମୋ ଓଠ ତଳୁ ତୁମ କଥା ଭାବୁ ଭାବୁ,
ଚିତ୍ରିତ ତୁମ ର ସେଇ ଛବି କୁ ଆଙ୍କେ ମୁ ସେଇ ବାଆଁରା ମେଘ ଛନ୍ଦା ରେ,
ଆଙ୍କି ହୋଇଯାଅ ଅତି ସହଜେ ମୋ ହୃଦୟର ସାହି ରେ,
ଅନ୍ତରେ ମୋ ଯେମିତି ତୁମରି ଫୁଲ ର ଅତଳ ଖେଳି ଯାଇଚି,
ବାସ ମହକୁଛି ପ୍ରତି ଟି ମୁହୁର୍ତ୍ତ ରେ ଯେମିତି ମୁଁ ହଜେଇ ଦେଇଚି।

