STORYMIRROR

Pujarani Pradhan

Inspirational

4  

Pujarani Pradhan

Inspirational

ମୋ ମା ପାଇଁ ମୁଁ ଅମର

ମୋ ମା ପାଇଁ ମୁଁ ଅମର

1 min
237

ମୁଁ ଯେ ଲହୁଲୁହାଣ, କେବଳ ଏ ମାଟି ମା ପାଇଁମୋର ଆଜି ବି ଜୀବନ୍ତ ମୁଁ ବକ୍ଷେ ତାହାର, 

ମନେ ଅଛି ସେଇ, ଦୁର୍ଲଭ କାହାଣୀର ପ୍ରତି ଟି ବିସ୍ତୃତ ଛବି ମସ୍ତିଷ୍କେ ମୋର,

ବୀର ସନ୍ତାନ ମୁଁ ଯେ ସେଇ, ଜନ୍ମିତ ଯନ୍ତ୍ରଣା ଦେଇ ପ୍ରସବେ ମା କୁ ମୋର, 

ସେ ଯନ୍ତ୍ରଣା ସମ୍ମୁଖେ ଏ ଯେ କିଛି ନୁହଁ ଭୁଇଁ ରେ ନ ଲଟିବା ଯାଏ ଏ ମୋ ଶରୀର,

ଶ୍ରେଷ୍ଠତା ର ବରୁଣମାଳା ନ ପଛେ ମୋ ଶରୀରେ ଝୁଲୁ ମିଶିଯାଉ ଶରୀର ବକ୍ଷେ ତାର,

ଝରିଯାଉ ପ୍ରତି ଟି ରକ୍ତ ବିନ୍ଦୁ କରି ଓଦା ମାଟି କୁ ମୋର ହସିଉଠୁ ସୱାଧୀନତା ର ରଙ୍ଗ ଦେହେ ମା ର,

ଅମର ହେଉ ଏ ଜୀବନ ମୋର କୋଳେ ରଖି ମସ୍ତକ ମୋର,

ଅନ୍ତ ହେଉ ସେ ପ୍ରତାରଣା ,ଅତ୍ୟାଚାର ମିଳେଇ ଯାଉ ସମସ୍ତ ଦ୍ବିଧା ମା ମନୁ ମୋର,

ବୀର ସନ୍ତାନ ମୁଁ ଆଜି ଭୁଇଁ ତଳୁ କରୁଚି ଚିତ୍କାର," ଭାରତ ମାତା କି ଜୟେ",।

ଗଠିତ ହେଉ ଏକ ସ୍ଵତନ୍ତ୍ର ରାଷ୍ଟ୍ର ମିଳୁ ସଭିଙ୍କୁ ସମାନ ଅଧିକାର, 

ସ୍ଵତନ୍ତ୍ରତା ର ସେଇ ରାଷ୍ଟ୍ରେ ଥାଉ ଦଣ୍ଡ ବିଧାନ ପ୍ରତି ଟି ଭୁଲ ର,

ଏକ ସମ୍ପର୍କ ଗଢି ଉଠୁ ମୋ ଦେଶବାସୀଙ୍କ ମଧ୍ଯେ ଏକତାର. ll


Rate this content
Log in

Similar oriya poem from Inspirational