ମୁଁ ଯେ ଅବିବାହିତା ବୈତରଣୀ
ମୁଁ ଯେ ଅବିବାହିତା ବୈତରଣୀ
ମୁଁ ଯେ ଅତିବାହିତା ବୈତରଣୀ ସେଇ
ଯାର ବକ୍ଷେ ଅନେକ କାହାଣୀ,
ମୁଁ ଯେ ସେଇ ଦୁହି କୂଳ କୁ ହିତା ପୁଷ୍କରିଣୀ,
ମୁଁ ଯେ ଅତିବାହିତ ବୈତରଣୀ,
ସପନର ଅନେକ ଆସା ମୋତେ ବାନ୍ଧି ଯେ ରଖିଚି,
ସମାଜର ପ୍ରତିଟି ନିୟମ ମୋ ଶରୀରକୁ ଜାବୁଡି ଧରିଛି,
ଅବେଳର ସେଇ କମଳା ମନେ ଅନେକ ନିର୍ଯାତନାର ପ୍ରକୋପ ଚାପି ରଖିଚି,
ଜୀବନକୁ ମୋର ସରସ ସୁନ୍ଦର ନ କରି ଏକ ନିଆର ପ୍ରାଞ୍ଜଳ ଭବନ କରିବାକୁ ଚାହୁଁଛି,
ସେଇ ଧ୍ବନି ମୋ ଅନ୍ତର ର ଆଜି ମୋତେ କହୁଚି ସବୁ ଏ ସମାଜରୁ ଶୁଣି,
ବୋହି ଯା ଥରେ ସବୁକୁ ଭୁଲି ହୋଇ "ଅତିବାହିତା ବୈତରଣୀ।
