ଅନ୍ତର୍ଦ୍ୱନ୍ଦ
ଅନ୍ତର୍ଦ୍ୱନ୍ଦ
ମାଳିକା ବଚନ
ସତ୍ୟ ସନାତନ
କିଏ କହେ ସବୁ ସତ
କିଏ କହେ ଏତ
ବୁଲାବଙ୍କା କଥା
ପ୍ରମାଣ ନାହିଁ ପର୍ଯ୍ୟାପ୍ତ
ଅଚ୍ୟୁତାନନ୍ଦ ମହାଶୟ
ଜାଣିଥିଲେ ମଣିଷ ପ୍ରକୃତି
କେତେ ମିଛ କେତେ ସତ
ସେଇଥି ପାଇଁକା
ବୁଲେଇ ବଙ୍କେଇ
ଠାର ଲେଖିଥିଲେ ସେତ
ପୁଣି କିଏ କହେ
କିଛି ନୁହେଁ ସତ
ଡରେଇବାକୁ ଏତ
ମଣିଷ ପଞ୍ଚପ୍ରକୃତିକୁ
ଟାଣିରାଖିବାକୁ କିଛି ମିଛ
କିଛିଟା ବୋଧହୁଏ ସତ ହୁଏତ.
