ଅନ୍ତ ହୀନ ପ୍ରେମ
ଅନ୍ତ ହୀନ ପ୍ରେମ
ମୋ ଚଗଲି ମନ କିଛି ଦିନ ହେବ କେଜାଣି କାହାକୁ ଖୋଜୁଥିଲା।
ମୋ ଅଳସି ଆଖି କେଜାଣି ନିଇତି କାହାକୁ ସପନେ ଦେଖି ଲାଜେଇ ଯାଉଥିଲା।
କେଜାଣି କାହା ମୁହଁ ମନେ ପଡିଲେ ହସ ଆପେ ଆପେ ମୋ ଓଠ ଛୁଇଁ ଯାଏ।
କେଜାଣି କାହା ଦେହର ବାସ୍ନା ଆଜି ମୋ ନିଶ୍ୱାସର ଅତି ପ୍ରିୟ।
କେଜାଣି କାହା ମୁହର କଥା ଶୁଣିବାକୁ ମୋ କାନ ଅଧିର।
ଆଜି ମୋ ବାହାଘର ଶେଷ ,
ମୋ ମନ ଓ ଦେହକୁ ଅଥୟ କରୁଥିବା ଚେହେରା ଆଜି ମୋର କେବଳ ମୋର।
ମୋ ମଥାରେ ଦାଉ ଦାଉ ହେଇ ଝଟକୁ ଥିବା ଚିମୁଟେ ସିନ୍ଦୂର ତାର ପ୍ରମାଣ।
କିଛି ଦିନ ପରେ ଆମ ବାସର ରାତି , ଦେଖିବି ବସି ରାତି ସାରା ସେ ରୂପକୁ।
ଅଭିମାନ ଛଳରେ ପଚାରିବି ଏତେ ଦିନ ଅପେକ୍ଷା କରେଇବାର କାରଣ।
ଉପହାର ବଦଳରେ ମାଗିନେବି ଜନ୍ମ ଜନ୍ମର ସାଥି ହେବାର ପ୍ରତିଶୃତି।

