STORYMIRROR

Abhisek Mohanty

Others

3  

Abhisek Mohanty

Others

ତୁମେ କିଏ ପ୍ରଭୁ

ତୁମେ କିଏ ପ୍ରଭୁ

1 min
73

ତୁମକୁ ଦେଖିଲେ ପ୍ରଭୁ କାହିଁକି ହୃଦୟରେ କୋହର ବନ୍ୟା ସୃଷ୍ଟି ହୁଏ। 

ତୁମକୁ ଦେଖିଲେ ପ୍ରଭୁ କାହିଁକି ଏ ମଥା ଆପେ ନଇଁ ଯାଏ। 

ତୁମକୁ ଦେଖିଲେ ପ୍ରଭୁ ଏ ହାତ କାହିଁକି ଆପେ ଯୋଡ଼ି ହେଇଯାଏ। 

ତୁମକୁ ଦେଖିଲେ ପ୍ରଭୁ କାହିଁକି ଏ ଦେହ ବଳହୀନ ହୋଇ ସ୍ଥିର ହୋଇଯାଏ। 

ତୁମକୁ ଦେଖିଲେ ପ୍ରଭୁ କାହିଁକି ଏ ଆଖିରୁ ଲୁହ ଆପେ ଝରିଯାଏ। 

ତୁମେ ସେହି ନୁହେଁ ତ ଯାହାକୁ ପାଇବା ପାଇଁ ମୁଁ ନିଇତି ମରି ମଧ୍ୟ ବଞ୍ଚିଛି। 

ତୁମେ ସେହି ନୁହେଁତ ଯାହାକୁ ପାଇବା , 

ଦେଖିବା ଓ ଜାଣିବା ପରେ ଜୀବନରେ ଆଉ କିଛି ବାକି ରହେନାହିଁ । 

ତୁମେ ସେହି ନୁହେଁ ତ ଯାହାର ହେବା ପାଇଁ ମୋର ଜନ୍ମ ଜନ୍ମର ଅପେକ୍ଷା। 

ହେ ପ୍ରଭୁ ଏ ଦେହ ମନ ଜୀବନ ସବୁ ତୁମର। 

ତେଣୁ ତାର ସବୁ କର୍ମ ଓ କର୍ମଫଳ ମଧ୍ୟ ତୁମକୁ ସମର୍ପିଦେଉଛି।


Rate this content
Log in