STORYMIRROR

Kabiratna Nutan Kumar Behera

Drama Action Classics

4  

Kabiratna Nutan Kumar Behera

Drama Action Classics

ଅନନ୍ୟ ଭକ୍ତ ବଳରାମ ଦାସ

ଅନନ୍ୟ ଭକ୍ତ ବଳରାମ ଦାସ

1 min
427

      

ଅନନ୍ୟ ଭକତ   ବଳରାମ ଦାସ

    ପଞ୍ଚସଖା ମଧ୍ୟେ ଜ୍ୟେଷ୍ଠ ,

ପ୍ରଭୁ ପାଦେ ଭକ୍ତି  ଭରସା ବିଶ୍ଵାସ

     ରଖିଥିଲେ ଏକନିଷ୍ଠ।

ଆବାହନ କରି  ସେ ମହାପ୍ରଭୁଙ୍କୁ

    ନେଇଥିଲେ ବାଲି ରଥେ,

ଭକତର ମାନ   ରଖି ଭକ୍ତବନ୍ଧୁ

    ଚାଲିଗଲେ ପଥେ ପଥେ।   

ଭକ୍ତିର ଶକ୍ତିରେ ପ୍ରଭୁ ହେଲେ ଉଭା

     ଠିଆ ହେଲା ନନ୍ଦିଘୋଷ,

ବଡ଼ଦାଣ୍ଡେ ରଥ   ଗଡ଼ି ନ ଯିବାରୁ

    ପଣ୍ତା ମାନିନେଲେ ଦୋଷ।

ହତାଦର କରି   ଦେଇଥିଲେ ତଡ଼ି

     ରଥ ପାଖରୁ ଯାହାକୁ,

ନିଷ୍ଠା ଭକ୍ତି ବଳେ  ପାଇଲେ ପ୍ରଭୁଙ୍କୁ 

    ସାହା ହେଲେ ସେ ତାହାଙ୍କୁ।

ସେ ଯେ ବଳରାମ  ସୁପ୍ରସିଦ୍ଧ କବି

      କାବ୍ୟ କବିତାର ସ୍ରଷ୍ଟା,

ଭକ୍ତି ସ୍ତୁତି ରଚି   କବିରେ ଅନନ୍ୟ

     ଥିଲେ ସିଏ ଦିବ୍ୟଦ୍ରଷ୍ଟା।

ପିତା ସୋମନାଥ ମାତା ମହୋମାୟା

     କୋଳେ ହୋଇଥିଲେ ଜନ୍ମ,

ଧ୍ୟାନ ଧାରଣାରେ   ସାଧନାର ବଳେ

     ଚିହ୍ନି ପାରିଥିଲେ ବ୍ରହ୍ମ।

ଇତିହାସ କହେ   ଜନମ ତାଙ୍କର

     ପଞ୍ଚଦଶ ଶତାବ୍ଦୀରେ,

ପୀଠସ୍ଥାନ ପୁରୀ   ସମଗରା ପାଟ

      ଜନ୍ମସ୍ଥାନ ଯାଜପୁରେ।

ଅନେକ ପୁରାଣ   ଗ୍ରନ୍ଥ ରଚୟିତା

    ଭାବରେ ସେ ସୁପ୍ରସିଦ୍ଧ,

ସହଜ ସରଳ    ଭକ୍ତି ରସ ସୁଧା

    ପଢ଼େ ଯିଏ ହୁଏ ମୁଗ୍ଧ।

ଦିବ୍ୟ ଦର୍ଶନର   ଜ୍ଞାନ ମାର୍ଗ କଥା

    ପ୍ରାଞ୍ଜଳେ ଯାହା ବର୍ଣ୍ଣିତ,

ସଭିଙ୍କ ଆଦୃତ   ଜନପ୍ରିୟ ଶାସ୍ତ୍ର

      କରିଛନ୍ତି ରୁଦ୍ଧିମନ୍ତ।

ପବିତ୍ର ଓଡ଼ିଆ   ଭାଗବତ ଗୀତା

      ତଥା ଦାଣ୍ଡି ରାମାୟଣ,

ମହାଲକ୍ଷ୍ମୀ ଗାଥା  ପୁରାଣର କଥା

      କରିଛନ୍ତି ପ୍ରଣୟନ।

ସେ ଲକ୍ଷ୍ମୀପୁରାଣ ଘରେ ଘରେ ପୂଜ୍ୟ

      ଭରିଦିଏ ଭକ୍ତିଭାବ,

ବଳରାମଙ୍କର   ଶ୍ରେଷ୍ଠ କୃତି ଭାବେ

     ଚିର ଅକ୍ଷୟ ବିଭବ।

ସିଦ୍ଧ ସାଧକ ସେ  ଜ୍ଞାନୀ ଗୁଣୀ ବିଜ୍ଞ

     ଚରଣେ ତାଙ୍କ ପ୍ରଣାମ,

ସାହିତ୍ୟ ଜଗତେ  ଅମ୍ଳାନ ବ୍ୟକ୍ତିତ୍ଵ

      ଥିବ ସେ ଯଶ ସୁନାମ।

     


      



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama