Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Classics

4  

DILIP KUMAR SAHOO

Classics

ଅଣସର ଘରେ ଗୁପ୍ତ ସେବା

ଅଣସର ଘରେ ଗୁପ୍ତ ସେବା

2 mins
272



ସ୍ନାହାନ ପୂର୍ଣ୍ଣିମା ପରେଟି

ପ୍ରଭୁ ଯେ ଜରରେ ପଡନ୍ତି।

ଅଣସର ଘରେ ଗୁପ୍ତ ରେ

ଦିଅଁ ଙ୍କର ସେବା ହୁଏରେ ।

ତିନି ବାଡ଼ ଦଇତାପତି

କରନ୍ତି ଏ ଗୁପତ ନୀତି ।

ସ୍ନାନ ଯୋଗୁ ଓଦା ବସନ

ଉଲାଗି ହୁଏ ଆଗ ଜାଣ ।

ଶ୍ରୀଅଙ୍ଗ ଫିଟା ନୀତି ସେହି

ଗୁପତରେ ସେତ ହୁଅଇ।

ପ୍ରଭୁଙ୍କର କରାଳ ରୂପ

ଆରମ୍ଭ ଅଣସର ଚାପ । 


ଗୁପ୍ତେ ପ୍ରଥମ ଚାରିଦିନ 

ହୁଏ କରାଳ କର୍ମମାନ।

ଅଙ୍ଗରୁ ବସନ ଉତାରି

ଛଡାଯାଏ ଝୁଣା କସ୍ତୁରୀ,

ଚୁଆ ଚନ୍ଦନ ର ଲେପନ

ଛଡ଼ାଇବା ହୁଏ ସମ୍ପର୍ଣ୍ଣ।

ଶ୍ରୀଅଙ୍ଗରୁ ଯାହା ଛାଡଇ

କରାଳ ତାହାକୁ ବୋଲାଇ।

କରାଳ କର୍ମ ତେଣୁ ତାହା

ଗୁପତେ ହୋଇଥାଏ ଏହା।


କରାଳ କରମ ପରେଟି

ପଇତା ଲାଗି ଯେ ହୁଏଟି।

ପାଟ କପଡା ଛେଚା ଯାଏ

ଶ୍ରୀଅଙ୍ଗରେ ଯେ ଗୁଡାଯାଏ।

ଛକି ପଡିବାର ପରିଟି

କପଡା କୁ ଗୁଡା ଯାଏଟି।

ପଇତା ଲାଗି ତାହା ଜାଣ

ତା'ପରେ ଚନ୍ଦନ ଲେପନ ।

ମୂର୍ତ୍ତୀ ଙ୍କୁ କରିବାକୁ ଶକ୍ତ

ପ୍ରାଚୀନ କୌଶଳ ଏହାତ ।


ଶ୍ରୀଅଙ୍ଗରେ ଲାଗି ହେବାକୁ

ଆସେ ବଡ ଓଡ଼ିଆ ମଠୁ ,

ଚନ୍ଦନ କର୍ପୂର ପିଙ୍ଗଳ

ଚୂଆ ପରଖ ରାଶିତେଲ।

ଫୁଲୁରି ତେଲ ଆସିଥାଏ

ଶ୍ରୀତୈଳ ଭାବେ କ୍ଷାତ ସିଏ ।

ଯତନରେ ପ୍ରସ୍ତୁତ ହୋଇ

ପ୍ରଭୁଙ୍କ ସେବାରେ ଲାଗଇ ।

ଲାଗଇ ଯେ ବରଷେ କାଳ

ପ୍ରସ୍ତୁତ ହେବାକୁ ସେ ତୈଳ ।


ଘଣାରେ ପେଡା ରାଶିତେଲ 

ଚଉଦ ପ୍ରକାର ର ଫୁଲ ,

ଚେର ମୂଳ ସାତ ପ୍ରକାର

ଔଷଧୀୟ ଗୁଣରେ ସାର,

ସୁବାସିତ ଦ୍ରବ୍ୟ କେତେତ 

ସେ ତେଲରେ ମିଶିଥାଏତ।

ହେରାପଞ୍ଚମୀ ରେ ତେଲ ଟି

ମାଟି ତଳେ ପୋତାଯାଏଟି।

ବର୍ଷକ ପରେ କଢା ହୁଏ

ପ୍ରଭୁଙ୍କ ଦେହେ ଘଷାଯାଏ।


ଶ୍ରୀତୈଳ ହୁଅଇ ଘର୍ଷଣ

ତହୁଁ ଶ୍ରୀକପଡା ବନ୍ଧନ।

କ୍ଷୀର ଚାଉଳ ରନ୍ଧା ହୁଏ

ପ୍ରଭୁଙ୍କ ଦେହେ ଘଷାଯାଏ।

ତାପରେ ଝୁଣା ରାଶିତେଲ

କର୍ପୂର ଚନ୍ଦନ ଲେପନ।

ଶରୀର ହୁଅଇ ମଶୃଣ

ପ୍ରଭୁ ଯେ ଦିଶନ୍ତି ଚିକ୍କଣ।

ଦଇତାପତି ନିଷ୍ଠାରେ ତ

କରନ୍ତି ନୀତି ସମ୍ପାଦିତ।


ଆଷାଢ଼ କୃଷ୍ଣ ଦଶମୀ ଟି

ଚକା ବିଜେ ଦିଅଁ ହୁଅନ୍ତି।

ଅଣସର ଘରେ ସେଦିନ

ପ୍ରଭୁଙ୍କ ସ୍ବାସ୍ଥ୍ୟେ ଦେଇ ଧ୍ଯାନ,

ମୁଗୁନି ପଥରେ ନିର୍ମିତ

ତିନିଗୋଟି ଚାକା ଯେ ସେତ,

ଯତନରେ ରଖାଯାଏ ଟି

ଯହିଁ ଦିଅଁ ବିଜେ ହୁଅନ୍ତି ।

ସୁସ୍ଥ ହେବାକୁ ଦିଅଁ ମାନେ

ମୋଦକ ଖାଆନ୍ତି ସେମାନେ ।


ରାଜବୈଦ୍ୟଙ୍କର ପ୍ରସ୍ତୁତ

ଦଶମୂଳ ମୋଦକ ସେତ।

ବେଲ ଗମ୍ଭାରୀ ଶାଳପର୍ଣ୍ଣି

ଗୋଖରା ଆଉ କୃଷ୍ଣପର୍ଣ୍ଣି 

ଅଗବଥ ପାଟଳୀ ଆଦି 

ମିଶି ସବୁ ଗୁଣ୍ଡ ହୁଅଇ।

ମିଶେ ତହିଁ ରେ ମହୁ ଘୃତ

ଖୁଆ ଭାଙ୍ଗ ଆଉ ନବାତ।

ମୋଦକ ହୁଅଇ ପ୍ରସ୍ତୁତ

ଦିଅଁ ଖାଇ ହୁଅନ୍ତି ସୁସ୍ଥ।


ଆଷାଢ଼ ମାସ କୃଷ୍ଣ ପକ୍ଷ

ଏକାଦଶୀ ର କଥା ମୁଖ୍ୟ।

ଆରୋଗ୍ୟ ହୁଅନ୍ତି ଠାକୁର

ରାଜାଘରେ ଯାଏ ଖବର ।

କସ୍ତୁରୀ କର୍ପୂର ଚନ୍ଦନ 

ପ୍ରଭୁଙ୍କୁ ହୁଅଇ ଲେପନ ।

ଠାକୁରେ ହୋଇବାରୁ ସୁସ୍ଥ

ଭୋଗ ବେଳେ ବାଜଇ ଘଣ୍ଟ ।

ସେହି ଦିନ ରାତିରେ ଜାଣ

ଦିଅଁ ଙ୍କ ଠି ଖଡ଼ି ଲେପନ।


ତହୁଁ ଓଷୁଅ ଲାଗି ନୀତି 

ଦ୍ବାଦଶୀ ରେ ହୋଇ ଥାଏ ଟି ।

ଝୁଣା କର୍ପୂର କସ୍ତୁରୀ ରେ

ସୁବାସିତ ଦ୍ରବ୍ୟ ଗୋଳିରେ

ରାଶିତେଲେ ହୁଏ ରନ୍ଧନ

ଦିଅଁ ଙ୍କ ଠି ହୁଏ ଲେପନ ।

ସେ ସମୟେ ଓଷୁଅ ଯାହା

ଝରିପଡେ ନିର୍ମାଲ୍ୟ ତାହା ।

ରାଜ ଉଆସେ ପଠାଯାଏ

ସୁସ୍ଥ ବାରତ୍ତା ଦିଆଯାଏ।


ଅଣସର ର ତେର ଦିନ

ଘଣାଲାଗି ହୁଏ ସେଦିନ ।

ପାଟ ଡୋରୀ ଖଡ଼ି ପ୍ରସାଦ

ଲାଗେ ପୁଣି ଖଳି ପ୍ରସାଦ।

ଗହମକୁ ଗୁଣ୍ଡ କରି ତ

କନାରେ ଯେ ଛଣା ଯାଏତ।

ଖଳି ପ୍ରସାଦ ସେତ ହୁଏ

ପ୍ରଭୁଙ୍କୁ ଲାଗି ହୋଇଥାଏ।

ଶଙ୍ଖକୁ ଯତ୍ନେ ପୋଡା ଯାଏ

ତା ପାଉଁଶ ରୁ ଖଡ଼ି ହୁଏ ।


ଅଣସର ଚତୁର୍ଦ୍ଦଶୀ ରେ

ବନକ ଲାଗି ଯେ ହୁଏରେ।

ଦତ୍ତ ମହାପାତ୍ର ସେବକ

ଅଟଇ ଏହା ସେବା ତାଙ୍କ।

ଚେର ମୂଳ ଫୁଲ ଫଳଟି

ଭକତିରେ ସେ ବାଟି ବୁଟି,

ଜାତି ଜାତି ରଙ୍ଗ କରନ୍ତି

ଧଳା କଳା ନାଲି ରଙ୍ଗ ଟି ।

ପ୍ରଭୁଙ୍କ ମୁଖ ରଙ୍ଗ ହୁଏ

ତହୁଁ ରୂପ ଝଟକି ଥାଏ ।


ଅନବସର ଶେଷ ଦିନ

ଚକା ଅପସର ସେଦିନ।

ନୂଆ କନା ନୂଆ ତୁଳାରେ

ଚକା ତିଆରି ହୁଅଇରେ।

ଦିଅଁ ଙ୍କୁ ଲାଗି ହୁଏ ସେତ

ଅନବସର ହୁଏ ଶେଷ।

ଅମାବାସ୍ୟା ଯେ ପରଦିନ 

ନବଯୌବନ ଦରଶନ ।

ତାପରେ ହୁଏ ରଥ ଯାତ

ଉଛୁଳେ ଜୟ ଜଗନ୍ନାଥ।।



Rate this content
Log in

Similar oriya poem from Classics