ଅଙ୍କାବଙ୍କା କହେ
ଅଙ୍କାବଙ୍କା କହେ
କ୍ରିମ୍ ପାଉଡର୍ ଆସ୍ତେ ଆସ୍ତେ ଏବେ
ହେଲାଣି ସବୁ ବେକାର
ସେଲଫି ଦେଖିକି ସଭିଏଁ ଭାବନ୍ତି
ଜଣେ ଜଣେ ଫିଲ୍ମି ଷ୍ଟାର୍ ।
କିଏ ସେ ହସୁଛି ମୁରୁକି ମୁରୁକି
ହସେ କିଏ ଦାନ୍ତ ଫେଡି
କିଏ ଦେଖାଉଛି ହାର କାନ ଫୁଲ
କିଏ ଶହ ଶହ ଶାଢି ।
ବାପ ଶବ ଆଗେ ଆଙ୍ଗୁଠି ଦେଖେଇ
କିଏ ସେ ପୋଅଜ୍ ଦେଉଛି
ଅଙ୍କା ବଙ୍କା କହେ ରହିଥାରେ ପୁଅ
ତୋ ଦିନ କାଳ ଆସୁଛି ।
