STORYMIRROR

Pramod Panda

Abstract

3  

Pramod Panda

Abstract

........... ଅନ୍ଧକାରର ଅନ୍ତ.....

........... ଅନ୍ଧକାରର ଅନ୍ତ.....

2 mins
206


ଏ ପୃଥିବୀ ଶେଷ ଯେଉଁଠାରେ

ଅନ୍ଧାରଟା ଅଭିମାନକରେ

ଆଲୋକର ବିସ୍ତୃତ ଇଲାକା

ଇଚ୍ଛା ସବୁ ବନ୍ଧା ସେହିଠାରେ

ମୁଁ ଦେଖିନି ତୁମ ରୂପ କାନ୍ତି

କମନୀୟ ଅବା ଭୟଙ୍କର

ତୁମର ସେ ଉଡନ୍ତା କୁନ୍ତଳ

ନମନୀୟ ଶ୍ୟାମଳ ଉଦାର

ପୃଥିବୀଟା ଶେଷ ଏହିଠାରେ

ମୁଁ ବସିଛି ଦୁଇ ବାହୁ ତୋଳି

ତୁମର ସେ ଶ୍ୟାମଳ କେଶକୁ

ଥରଟିଏ ଆଲଙ୍ଗିବି ବୋଲି

ମୁଁ ଜାଣିଛି ଗତାୟୁ ଗୋଧୁଳି

ଡୁବିଯିବ ସୂର୍ଯ୍ୟ କିଛି ଅନ୍ତେ

ଅନ୍ଧାରରେ ବୁଡିଯିବ ନିଶ୍ଚେଁ

ମାଟିରୁ ଯେ ଆକାଶ ପର୍ଯ୍ୟନ୍ତେ

ପବନଟା ଆନମନାହୋଇ

ଯଦି ଆଣେ ଉଡାଇ ତୁମକୁ

କେଶବତୀ କନ୍ୟା ଯଦି ଆସ

କେବେ ଏଇ ଶେଷ ଇଲାକାକୁ

ଦେଖିଯିବ ମୁଁ ନାହିଁ ଏଠି

ଅଛି ମୋର ଉର୍ଦ୍ଧ୍ୱ ବାହୁ ଦୁଇ

କେଶ ତୁମ ଛୁଇଁବାକୁ ଟିକେ

ଇଚ୍ଛା ସବୁ ରହିଛନ୍ତି ଜିଇ

ପୃଥିବୀଟା ସରିଅଛି ଏଠି

ଶୂନ୍ୟତାର ଆରମ୍ଭ ଏଇଠୁ

ଆଲୋକର ଅଜସ୍ର ରୋଷଣି

ଅନ୍ଧାରର ଅନ୍ତର ପରଠୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract