STORYMIRROR

Lipi Sahoo

Comedy

3  

Lipi Sahoo

Comedy

ଅନ୍ଧ ରାଇଜ

ଅନ୍ଧ ରାଇଜ

1 min
163

କି ଗୁଣ ଗାଇବି ଆମ ରାଇଜର

ଖଜୁରୀ ଗଛ ପରା ମୂଳ ରୁ ପାହାଚ ପାହାଚ

ଯୋଜନା ପରେ ଯୋଜନା ଆସୁଛି ହେଇ ସଜବାଜ ।


ମା ଲୋ ମଲ୍ଲୀ

ଅନ୍ଧ ରାଇଜକୁ ଦର୍ପଣ ବିକି ଗଲି

ଶିକ୍ଷା ଦିକ୍ଷା ସବୁ କୁ ଗିଳିଗଲା ଚୂଲି  ।


କରୋନା ଆସିଲା ଥର କୁ ଥର

ତାଟି କବାଟ ପଡ଼ିଗଲା ଘର କୁ ଘର

ସରକାର କହିଲେ ଘରୁ ନ ବାହାର ।


ପିଲାଏ ଘରେ ବସି ବସି ଉଡାଇଲେ ଗୁଡି

ଅଧା ଲୋକଙ୍କ ବେଉସା ଗଲା ବୁଡି

ଦାଦନ ମାନଙ୍କର ଖାଲି ଛୁଟିଲା ଧାଡ଼ି ।


କରୋନା ଯେବେ ଗଲା ଟିକେ ଛାଡି

ରାଇଜ ଯାକରେ ପଡ଼ିଗଲା ହୁରି

ସବୁ ସଜାଡି ଦେବା ନୂଆ ନୂଆ ଯୋଜନା କରି ।


ତୁରନ୍ତ କେତେ କେତେ ସ୍ମାର୍ଟ୍ ସ୍କୁଲ ଦେଲେ ଗଢ଼ି

ସ୍ୱାସ୍ଥ୍ୟ ବ୍ୟବସ୍ଥା ସୁଧାରି ଦେଲେ ସ୍ମାର୍ଟକାର୍ଡ ଖଣ୍ଡେ ଦେଇ

ଆଉ କ'ଣ ଦରକାର ମଗଣା ରାସନ୍ ଯାଉଛି ତ ମିଳି ।

 

ଜନତା ଭାବିଲେ ଆମେ ରାମ ରାଇଜର ବାସି

ହେଲେ ଭିତର ଟା ଫମ୍ପା ମହାକାଳ ଫଳ ପରି

ଆକାଶ କଇଁଆ ଚିଲିକା ମାଛ ଝୋଳ କେବେ କିଏ ଖାଇଛ କି।


ଜିନିଷ ପତର ସୁନା ଠାରୁ ମହରଗ ଏଠି

ଭାର ଆଉ ଟ୍ରଲି ରେ ବୁହା ହୁଏ ରୋଗୀ

ପିଲାଏ କହିଲେଣି ଆମେ ପରୀକ୍ଷା ଦେବୁନି କେହି ।


ରାତାରାତି ଚୋରି ହୁଏ ମାଟି ଖଣି ଆଉ ପାଣି

ଉପରେ ବସି ମୁଣ୍ଡ ପିଟୁ ଥିବେ ଉତ୍କଳଗୌରବ ଆଉ ମଣି

ସଜନୀ ଲୋ ! ଆଖି ପାଣି ବଡ଼ ଲୁଣି ।


ଲଢେଇ ଛାଡ, ଘୋଡାରେ ପାରିବେ କି ଚଢି

ମଦ ମାଉଁସରେ ବୁଡିଛନ୍ତି ଆମ ଉତ୍ତରପିଢି 

ବାକି ଯାହା ରହିଲା ସାଉଁଟି ନେବେ ବାତ୍ୟା ଆଉ ବଢ଼ି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy