STORYMIRROR

Panchanan Jena

Tragedy

4  

Panchanan Jena

Tragedy

ଅଳୀକ ଜୀବନ

ଅଳୀକ ଜୀବନ

1 min
394

ଲାଗେ ଧନୀ ମାନୀ ଜ୍ଞାନୀ ଦାନୀ ଗୁମାନୀ ଅବା ବେଇମାନୀ ତମେ

ଦିଶେ ଉଦ୍ଦତ- ଉନ୍ନତ- ସମୁନ୍ନତ ମହିମାମଣ୍ଡିତ ଅବା ଗୌରବାନ୍ୱିତ ଆମେ ।୧

କୁହ ବୀର ସୁର କିଂକର ପାମର ଧନୁର୍ଦ୍ଧର ଅବା ବିରାଧି ବୀରବର 

କିମ୍ଵା ସ୍ଥଳଚର ଜଳଚର ଉଭୟଚର ରାତ୍ରିଚର ଅଫିସର ଅବା ରସିକନାଗର ।୨।

କେବେ ମାଂସଭୋଜୀ ତୃଣଭୋଜୀ ସର୍ବଭୋଜୀ ଅବା ବନ୍ୟଭୋଜୀ ଲାଗ

ପୁଣି ଅର୍ଥଲୋଭୀ ଦେହଲୋଭୀ ସମ୍ମାନଲୋଭୀ ଅବା ପରିଚୟ ଲୋଭୀ ବାଗ ।୩।

ତମେ ଶକ୍ତିଶାଳୀ ବାହୁବଳୀ ମହାବଳୀ ଅବା ଦୁର୍ବ।ଦଳୀ ସାଜ

ପୁଣି ଋଢିବାଦୀ ମୌଳବାଦୀ ସମାଜବାଦୀ ଅବା ସାମ୍ୟବାଦୀ କାର୍ଯ୍ୟ ।୪।

ଲକ୍ଷପତି କୋଟିପତି ଶିଳ୍ପପତି ରାଷ୍ଟ୍ରପତି ଅବା ସରପଞ୍ଚପତି ଦିଶ

ତମେ ରୋଜଗାରୀ ବେରୋଜଗାରୀ ବ୍ୟଭିଚାରୀ ଅବା ଦୂର।ଚାରୀ ମିଶ ।୫।

 ବେକାର କାମଚୋର ଚାକର ପାମର ଅବା ଡାକ୍ତର ହୋଇ

ତମେ କୃଷକ ସୈନିକ ଧାବକ ରସିକ ଭାବୁକ ଅବା ତାନ୍ତ୍ରୀକ ଧ୍ୟାୟୀ ।୬।

ତମେ ଯନ୍ତ୍ରୀ ମନ୍ତ୍ରୀ ତନ୍ତ୍ରୀ ମୂଖ୍ୟମନ୍ତ୍ରୀ ଅବା ପ୍ରଧାନମନ୍ତ୍ରୀ

ତମେ ପଶୁପତି ଶିଳ୍ପପତି ଭୂମୀପତି ଅବା ରୋଡପତି ଫନ୍ତ୍ରୀ ।୭।

କେବେ କୃପଣ ବଦାନ୍ୟ ଅନନ୍ୟ ଅସାମାନ୍ୟ ଅବା ଗଣ୍ୟମାନ୍ୟ

ପୁଣି ଶିକ୍ଷିତ ସୁଶିକ୍ଷିତ କୁଶିକ୍ଷିତ ଉଚ୍ଚଶିକ୍ଷିତ ଥିବା ବିଦେଶଶିକ୍ଷିତ ଧନ୍ୟ ।୮।

ତମେ ବେପାରୀ ଅହଁକାରୀ ଦୁରାଚାରୀ ଅତ୍ୟାଚାରୀ ଅବା ପରୋପକାରୀ

କେବେ ଅଇରୀ ବୟିରୀ ମୟୁରୀ ସୁନ୍ଦରୀ ଅବା କୁମାରୀ ଶାକାମ୍ବରୀ ।୯।

ତମେ କହିପାର ଲେଖିପାର ଗାଇପାର ନାଚିପାର ଅବା ଦେଖେଇପାର

ଆଙ୍କିପାର ଗଢିପାର ପଢିପାର ବଢିପାର ଦୈଡିପାର ଅବା ଜିତିପାର।୧୦।

ଲାଗ ରୂପବାନ ଧନବାନ ଶକ୍ତିମାନ ଯବାନ ମୁସଲମାନ ଅବା ଖ୍ରୀଷ୍ଟିୟାନ

ଦିଶ ନେତା ଅଭିନେତା ରାଜନେତା 

ଅବା ହାସ୍ୟାଭିନେତାରେ ମହୀୟାନ ।୧୧।

ଦିନ ଆସିବ ସମୟ ସରିଯିବ

ତମେ ମରିଯିବ ତରିଯିବ

ସାବୁନ ସାଂପୁ ପାଉଡର ମଖା ଦେହ

କୋକେଇରେ ବନ୍ଧ।ହେବ 

ଅଢେଇ ଦିନର ବଢ଼େଉ ଅଢ଼େଇ ହାତର ଶ୍ମଶାନରେ ଜଳିଯିବ ।୧୨।

ପାଉଁଶ ପାଲଟିବ ମିଛ ଦୁନିଆରେ ଫଙ୍କା ଗର୍ବ ଗୌରବର କେତନ

ଜୀବନ ଦୀପ ଲିଭିଯିବ ଭୁଲିବେ ସମସ୍ତେ କ୍ଷଣିକ ଅଳୀକ ଜୀବନ ।୧୩।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy