STORYMIRROR

DHARITRI SAHU

Tragedy

4  

DHARITRI SAHU

Tragedy

ଅଦିନିଆ ବର୍ଷା"

ଅଦିନିଆ ବର୍ଷା"

1 min
480

ଅଦିନିଆ ବର୍ଷା ଘଡ଼ି ଘଡ଼ି ଆସି

କରୁଅଛି ହନ୍ତସନ୍ତ,

କୃଷକ ବାପୁଡ଼ା ମୁଣ୍ଡେ ହାତ ମାରେ

ନିନ୍ଦୁଅଛି ନିଜ ଭାଗ୍ୟ।


କ୍ଷେତରେ ସୁନାର ଫସଲ ଭାସୁଛି

ଯାହା ତାର ନିଜ ପୁଞ୍ଜି,

ଯଦି ବି ଗୋଟେଇ ସାଉଁଟି ଆଣୁଛି

ନେଉନାହିଁ ଧାନ ମଣ୍ଡି।


ସରକାର ଙ୍କର ଅଦ୍ଭୁତ ଖିଆଲ

ଲାଞ୍ଚେ ସବୁ ମିଳା ମିଶା ,

ବାଣ୍ଟିକୁଣ୍ଟି କରି ସଭିଏଁ ଖାଆନ୍ତି

ଚାଷୀ ହୁଏ ଲୋକ ହସା।


 କେତେଦିନ ଚାଷୀ ଧାନ ସାଇତିବେ

 ବରଷା ସାଧୁଛି ଦାଉ,

 ବିଲରେ ପାଚିଲା ଧାନ ଗଜା ହୁଏ

 ଗଜା ରୁ ଗଛ ବି ହେଉ।


 ଏ ସମୟେ ଗାଁ ହସ ମଉଜରେ

 ଚାରିଆଡ଼େ ଧାନ ଖଳା,

 ସମସ୍ତଙ୍କ ମୁହେଁ ହସ ଖସୁଥାଏ

 ସବୁଠି ବିଜେ ଚଞ୍ଚଳା।


 ଆଜି ମୋର ଅନୁଭୁତି ମୋ ଗାଁ ଠାରେ

 ଅଦିନିଆ ବର୍ଷା ଘୋର,

 ଜାନୁଆରୀ ଶେଷ ପାହାଚରେ କେବେ

 ନଥିଲା ମେଘର ଡର।


 ସୁନା ରୂପା ଟଙ୍କା ଚାଷୀ ମାନଙ୍କର

 ବିଲରେ ପଡ଼ି ସଢୁଛି,

 ମାଗଣା ଚାଉଳ ବାଣ୍ଟି ସରକାର

 ଭୋଟ ଗୋଟାଉଅଛି।


 ବର୍ଷା ଠୁ ସୁନ୍ଦର ପ୍ରକୃତିର ଦାନ

 ଆଉ ନାହିଁ କିଛି ବିଶ୍ଵେ,

 କବିର ଲେଖନି କରେ ସେ ଚଞ୍ଚଳ

 ଲେଖକର ପରିଭାଷେ।


 ଅଦିନିଆ ବର୍ଷା ପାଇଁ ଆଉ କା'ର

 ଲେଖନି ଚାଲୁତ ନାହିଁ,

 ସବୁ ଭୟଭିତ କରୋନା ଆତଙ୍କେ

 ରୋଗ ବଢେ ବର୍ଷା ପାଇଁ।


 ଜୀବନ ମୃତ୍ୟୁ ର ସଂଘର୍ଷ ଚାଲିଛି

 ଧନ,ଫସଲର ହାନୀ

 କେତେ ସହିବେ ଏ ପ୍ରକୃତିର ଦାଉ

 ଦୟାକର ମହାଦାନୀ"।  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy