ଅଧା ଗଢ଼ା ପ୍ରେମ
ଅଧା ଗଢ଼ା ପ୍ରେମ
ସ୍ମୃତି ତୁମ ସାଥେ ନେଇ ଚାଲୁଛି ମୁଁ ପଥ,
ପଥ ସାରା କଣ୍ଟା ଭରା ହେଲେଣି ଆହତ ।
ଆହତ ହୃଦୟକୁ ବୁଝିବ ବା କିଏ?
ସଭଏଁ ତ ପର କେହି ନିଜର ମୋ ନୁହେଁ ।
ସ୍ମୃତି ତୁମ ସାଥେ ନେଇ ଚାଲୁଛି ମୁଁ ବାଟ ,
ଆଶା ଅଛି କେବେ କାଳେ ହେବ ତୁମ ସହ ଭେଟ ।
ସ୍ମୃତି ଯେତେ ଅଛି ସବୁ ତୁମ ହାତେ ଦେଇ ,
ଆଖି ବୁଜି ତୁମଠାରୁ ଯିବି ମୁଁ ଦୁରେଇ ।
ଆଖିର ଲୁହକୁ କରିଛି ମୁଁ ସାଥି କାଟିବି ବାକି ଜୀବନ ,
ଲୁହରୁ ଆରମ୍ଭ ମୋ ଜୀବନ ଗପ ଲୁହରେ ବି ହେବ ଲୀନ ।

