ରାମ ରାଇଜ ପୁଣି ଫେରି ଆସିବ
ରାମ ରାଇଜ ପୁଣି ଫେରି ଆସିବ
1 min
167
ରାମ ରାଇଜଟା ସଅଳ ଆସିବ
ବନିଲାଣି ରାମ ମନ୍ଦିର |
ମନଟା ମୋର କୁଣ୍ଢେ ମୋଟ ହେଲା
ଶୁଣି ଦେଲି ସେ ଖବର |
ଅଫିସର ଆଉ ଲାଞ୍ଚ ନେବେ ନାହିଁ
ନେତା କହିବେନି ମିଛ |
ଚୋର ଡକେଇତ ବାଲ୍ମୀକି ହୋଇବେ
ଧନ ଜନ କରି ତୁଚ୍ଛ |
ଶିକ୍ଷାଦାନ ଆଉ ବେପାର ହବନି
ଗୁରୁ ଛାଡି ହରତାଳ |
ଡାକ୍ତର ବୁଲି ରୋଗୀଙ୍କୁ ଖୋଜିବେ
ଦୁର୍ବଳ ହେବେ ସବଳ |
ଟଙ୍କାରେ ଦି କିଲୋ ପରିବା ମିଳିବ
ଦଶ ଟଙ୍କାରେ ପେଟ୍ରୋଲ |
ଅଦାନୀ ଅମ୍ବାନୀ ଟଙ୍କା ବାଣ୍ଟି ଦେବେ
ରାମ ନାମେ ହରିବୋଲ |
