Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aparti Charan Sethi

Comedy

4  

Aparti Charan Sethi

Comedy

ଅଧା ବୟସିଆ‌ ପ୍ରେମ

ଅଧା ବୟସିଆ‌ ପ୍ରେମ

2 mins
377


ଶୁକୁଟା ଭାଇଟା ବିଦେଶ ଯାଇଛି

  ଘରଣୀ ତା' ଘରେ ଅଛି,

ମୋ ମନ କିନ୍ତୁ ରଙ୍ଗନୂଆବୋଉ

   ପାଖେ ଅଟକି ଯାଇଛି।


ବୟସ ତାହାର ପ‌ଇଁଚାଳିଶିକୁ

   ମୋତେ ବି ତେଇଆଳିଶି,

ତଥାପି ଆମର ମନ ଦିଆନିଆ

  ବାକି ନାହିଁ ଆଉ କିଛି।


ଅଧା ବୟସିଆ ପ୍ରେମର ମଜାଟି

  ଯୁବା ବୟସେ କି ଅଛି,

ଅବିହାରା ପ୍ରେମ ପାଣିଚିଆ ସିନା

  ଆମ ପ୍ରେମେ ଅଠା ବେଶୀ।


ପର ତରକାରୀ ସୁଆଦ ଲାଗୁଛି

   ଘରେ କି ପେଟ ପୁରୁଛି,

ଖାଇଲା ପୁଅଟି ରଙ୍କ ଏହିକଥା

  କିଏ ବା କାଟି ପାରିଛି ।


ରଙ୍ଗ ନୂଆ ବୋଉ ବଜାରକୁ ଗଲେ

   ମୋତେ ତ ସାଙ୍ଗେନେଉଛି, 

ତା'ଭଲମନ୍ଦେ ମୁଁ ନିଜ କାମ ଛାଡି     

   ତା' ପାଖେ ଠିଆହେଉଛି।


ତା'ପାଖେ ମୋଯିବା ଆସିବାକୁ ଦେଖି

   କେତେ କଥା ଶୁଣାଯାଏ,

ସେସବୁ କଥାକୁ ଏକାନେ ପୁରାଇ

   ସେକାନେ ମୁଁ ଛାଡିଦିଏ।


ଟୁପୁରୁ ଟାପୁରୁ କଥାଟା ଅବଶ୍ୟ

   ମନଟିକେ ଭାଙ୍ଗି ଦିଏ,

ତଥାପି ତା' ପ୍ରେମ ମୋ ପାଇଁ ନିଆରା

   ସବୁ କିଛି ଭୁଲିଯାଏ।


ନୋକିଆ ଫୋନ୍‌ଟି ନୂଆବୋଉ ଧରେ

    ମୋ ପାଖରେ ସାମସଙ୍ଗ,

ଭାବ ଦିଆନିଆ ତା'ମୋ ଭିତରେ

    ମୁଁ ଉଖୁଡା ସିଏ ଭାଙ୍ଗ।


ନିତି ଖରାବେଳେ ରଙ୍ଗ ନୂଆ ବୋଉ

    ବାରି ପଛ ପଟେ ଆସେ,

ପାଳଗଦା ମୁଳେ ମୋ ସହ ବସି 

    ଅଳ୍ପ କହେ ବେଶୀ ହସେ ।


 ଫୁଲଟିଏ ଦେଲେ ପ୍ରେମଟି ବଢିବ

     ଏହିକଥା ଶୁଣି ଥିଲି,

ମନ୍ଦାର ଫୁଲଟି ସେଦିନ ନେଇ ମୁଁ

    ନୂଆ ବୋଉ ହାତେ ଦେଲି।


ସିଏ ରାଗି ଗଲା ମୋତେ ସେ କହିଲା

    କ'ଣ, ତାରିଣୀ ପୂଜା କରିବ,

ଗୋଲାପ ଫୁଲରେ ପ୍ରେମ ବଢେ ସିନା

    ଏକଥା କେବେ ଜାଣିବ ।


ଗାଁ ପ୍ରେମ ଏଠି ମନ୍ଦାର ଫୁଲରେ

   ସହରୀ ପ୍ରେମ ଗୋଲାପେ,

ସେଲ୍ଫିଟିଏ ନେବା ନୂଆବୋଉତୁମେ

   ଲାଗିଆସ ମୋର ପାଖେ।


କହିଲି ମୁଁ ପୁଣି ଖାଲି ଗପୁଥିଲେ

     ସେଥିରେ ଅଛି କି ଲାଭ,

ପାଖେଇ ଆସମୋ ରଙ୍ଗ ନୂଆବୋଉ

     ବଢେଇବା ଟିକେ ଭାବ।


ଏ କଥାରେ ମନ ହେଲା ମୋ ଉଚ୍ଛନ୍ନ

    ହାତକୁ ତା' ଧରିନେଲି,

ଆଉଟିକେ ପାଦ ଆଗେଇବି ବୋଲି

     ମନେମନେ ଭାବୁଥିଲି।


ହଠାତ୍ ପିଠିରେ ବିଧା ବର୍ଷା ହେଲା

    ମୁଁ ଜାଣି ପାରଲି ନାହିଁ,

ରଙ୍ଗ ନୂଆ ବୋଉ ବଡ଼ପୁଅ ମୋତେ

    ମନ ଇଚ୍ଛା ପିଟୁଥାଇ।


ଗୋଇଠା ଚାପୁଡ଼ା ମୁଥଫୁତ ମାରି

    ମନ ତାର ଶାନ୍ତି କଲା, 

 ଦେହ ମୁହଁ ମୋର ଫୁଲିଗଲା ପୁଣି 

    ପ୍ରେମ ନିଶା ଛାଡିଗଲା।


ଧମକ ସେଦିଏ ଆଉ ଥରେ ଯଦି

    ମୋତେ ସେଠାରେ ଦେଖିବ,

ଭୁଜାଲୀ ମୋହର ପେଟେ ପୁରେଇବ

     ଜେଲ୍ ସିଏ ପଛେ ଯିବ।


ସିକ୍ସ‌ ପ୍ଯାକ୍‌ବଡି ସେ ଟୋକାର ଦେଖି

     ତା'କଥା ବିଶ୍ଵାସ କଲି,

ଜୀବନ ମୁଁ ନେଇ ଆଗ ପଛେ ଚାହିଁ

     ଡରିମରି ଦ‌ଉଡିଲି।


ଧ‌ଇଁସ‌ଇଁ ହୋଇ ଘରେ ପହଞ୍ଚିଲି  

    ଘରଣୀ ମୋ ଦେଖିଦେଲା,

ହ‌ଇଓ ମୋ ଧନ ବୁଲୁବାପା ତୁମ

   ଏ ଅବସ୍ଥା କିଏ କଲା ।


କ'ଣ ହୋଇଛି କେ ଏତେ ମାରିଛି 

    ତୁମ ମୁହଁ ଫୁଲେଇଛି

ତଣ୍ଟିକଣା କରି ରକତ ପିଇବି

   କ'ଣ ମୋତେ ଭାବିଛି କି ।


ପ୍ରକୃତ ଘଟଣା ଯଦିବା କହିବି

    ଏଠି ବି ଝାଡୁ ଖାଇବି,

ମିଛ ପଦେ କହିଦେଲେ ଘରଣୀଠୁଁ

    ମୁଁ ସିନା ରକ୍ଷା ପାଇବି।


ବିଲ ଆଡେ ଟିକେ ଯାଇଥିଲି ପ୍ରିୟେ

    ମାରଣା‌ ଷଣ୍ଢ ଆସିଲା,

ଗଡେଇ ପଡେଇ ସେମାଇଲା ପୁଣି

    ଏ ଅବସ୍ଥା ମୋର କଲା।


କେତେଥର ମନା କରିଛି ଏକଲା

   ଯିବ ନାହିଁ ଖରାବେଳେ,

ଏହା କହି ମୋର ଘରଣୀରାଣୀଟି

   ଉଷୁମ ପାଣି ସେ କରେ।


କହୁଛି ଏତିକି ଏ ମୂର୍ଖ ଅପର୍ତ୍ତି

    ରସିକ ହେ‌ ହେଜୁଥିବ,

ଅଧାବର୍ଷେ‌ ଯଦି ପ୍ରେମ ବା କରିବ

    ଷଣ୍ଢ ଗୋଡେଇ ମାରିବ।


Rate this content
Log in

Similar oriya poem from Comedy