STORYMIRROR

Sriram Parida

Tragedy

4  

Sriram Parida

Tragedy

ଅଢେଇ ଦିନର ପ୍ରେମ

ଅଢେଇ ଦିନର ପ୍ରେମ

1 min
290


ପ୍ରେମ ରାଇଜର ରାଜକୁମାର ମୋ

  ମୋ ମନେ କରିଲ ଘର 

ସେ ଘରକୁ କାହିଁ ଭାଙ୍ଗି ଦେଇ ଆଜି

  କରିଦେଲ ସାତ ପର  l


ପ୍ରଥମ ଦେଖାରେ କଥା ଦେଇଥିଲ

   ହେବ ମୋ ସ୍ବପ୍ନର ସୌଦାଗର 

ଆସୁ ପଛେ ଯେତେ ଝଡ଼ ଝାଞ୍ଜି ଖରା

   କରିବନି ହତାଦାର   l


ଥିଲା ଯଦି ମନେ ଏତେ କଥା ତୁମ

 କିମ୍ପାଇ ବାନ୍ଧିଲ ଆଶା

ସେ ଆଶାକୁ ଆଜି ନିରାଶା କରିଲ

   ଭାଙ୍ଗିଦେଲ ମାେ ଭରଷା  l

 

ତୁମରି ନାଁରେ ସକାଳ ଆରମ୍ଭ 

   ତୁମରି ନାଁରେ ଶେଷ

ଖେଳନା ଭାବି ଛଳନା କରିଲ

  ବିଶ୍ୱାସରେ ଦେଲ ବିଷ l


ଆଖି ଆଇନାରେ ସ୍ମୃତି ସିଲଟରେ

  ଆଙ୍କିଥିଲି ତୁମ ଛବି

ମନ ମନ୍ଦିରରେ ହୃଦୟ ଭିତରେ

   ରଖିଲି ଗୋଲାପ ଭାବି l


ବାଟଭାଙ୍ଗି ତୁମେ ଚାଲିଗଲା ପରେ

   ଝରା ଶେଫାଳୀଟେ ହୋଇ

ପ୍ରୀତି ଆଲୁଅକୁ ଡର ଲାଗୁଅଛି

   ଭୂଇଁ ପରେ ଯାଏ ଶୋଇ l


ରାତିର ଛାତିରେ ଜହ୍ନର ଜୋଚ୍ଛନା

  ମନରେ ଜାଳଇ ନିଆଁ

ହୃଦୟ ଜଳୁଛି କୁହୁଳି ଉଠୁଛି

  ଜୀବନ ଲାଗୁଛି ଧୂଆଁ l


ବାଲିଘର ଅଟେ ପ୍ରେମ ତୁମପାଇଁ

   ଗଢି ପୁଣି ଭାଙ୍ଗିଦିଅ

ମୋ ପ୍ରେମ ପବିତ୍ର ନାହିଁତ ଛଳନା

  କେମିତି ବଞ୍ଚିବି କୁହ l


 ହୃଦୟ ଗୋଲାପ କ୍ଷତାକ୍ତ କରିବ 

   ଜାଣି ତ ନଥିଲି ମୁଁହିଁ

ଆଖି ବୁଜି ତତେ ଭଲ ପାଉଥିଲି

    କଣ୍ଟକ ସାଜିଲୁ ତୁହି  I


ରହି ପାରୁନାହିଁ ତୁମ ବିନା ପ୍ରିୟ

  ଯନ୍ତ୍ରଣା ଦେଉଛ କାହିଁ

ନିଃଶ୍ୱାସ ଚାଲିବା ଯାଏ ରହିଥିବି 

  ତୁମରି ବାଟକୁ ଚାହିଁ I

  

 ଏ ମନ ଖୋଜୁଛି ତୁମକୁ ଯେ ଆଜି 

  ଅଛ କେଉଁ ରାଇଜରେ

ଫେରିଆସ ସାଥୀ ଖୋଜୁଛି ଏ ଆଖି 

  ଲୁହ ଭିଜା ନୟନରେ    l


ଛବି ତୁମ ଦେଖି ଆଖି ଯାଏ ଲାଖି

   ଝୁରେ ଆଜି ଏକାନ୍ତରେ

ବିରହ ବେଦନା ପାଉଛି ଗୋ ସାଥୀ 

  କୋଳେଇ ନିଅ ବାହୁରେ  ।


Rate this content
Log in

Similar oriya poem from Tragedy