Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Trupti Panda

Romance

3  

Trupti Panda

Romance

ଅବୁଝା ପ୍ରେମିକର ଭାଷା

ଅବୁଝା ପ୍ରେମିକର ଭାଷା

1 min
7.0K


ଅଢେଇ ଅକ୍ଷର ସୃଷ୍ଟି ରେ ସୁନ୍ଦର

ଅଳିକ ତାହାର ସତା

ଅମର କିନ୍ତୁ ତାହାରି ଗାଥା

ଅଲିଭା ତା ସୃତି ରେଖା,

ଆଖିର ଇସାରା ଯଥେଷ୍ଟ ଏଠି

ଅଲକ୍ଷରେ କେତେ କଥା

ଅଙ୍ଗେ ଅଙ୍ଗେ ପୁଣି ଶିହରଣ ଭରେ

ଅଫୁରନ୍ତ ହୃଦ ବ୍ୟଥା,

ଅଡୁଆ ସୁତାର ଖିଅଟିଏ ପରି

ଅସଜଡା ଜୀବନଟା

ଅମଡା ବାଟ ରେ ପାଦ ଖସିଲେବି

ଅଭାବ ଲାଗଇ ସଦା,

ଆରମ୍ଭ ରୁ ତାର ସୃଷ୍ଟି ବୋଲି

ଆମରି ପୁରାଣ କହେ

ଅଶୁଦ୍ଧି ନ କର ମର୍ମ କୁ ତାହାର

ଅବୁଝା ସେ ପ୍ରେମ ଭାଷା ।।


Rate this content
Log in

Similar oriya poem from Romance