ନୈବେଦ୍ୟ
ନୈବେଦ୍ୟ
ତମାମ ସୁଖକୁ
ତୁମକୁ ନୈବେଦ୍ୟ ଦେଲି
ତମାମ ଦୁଃଖକୁ
ମୋ ପେଟେରା ରେ ସାଇତି ରଖିଲି
ମୋ ବୟସ ର ବଗିଚାରେ
ବସା ବାନ୍ଧିଥିବା ଚଢେଇ ମାନକୁ
ଉଦଡେଇଦେଲି ଆକାଶକୁ
ମତେ ଏବେ କୁହ
ତୁମେ ଖୁସି ତ ।
ତୁମ ହସ୍ତାକ୍ଷର ଥିବା
ଚିଠି ସବୁ
ବର୍ଷା ର ସୁଅରେ
କାଗଜ ଡ଼ଙ୍ଗାକରି ଭସେଇ ଦେଲି
ତୁମେ କହିଥିବା କଥା ସବୁ
ଗୁଡିକରି ଆକାଶ ରେ ଉଦେଇଦେଲି
ନଟେଇରୁ ସୂତା କୁ ଛିଡେଇ ଦେଲି
ଏବେ ତୁମେ ଖୁସିତ ।