STORYMIRROR

Bikesh Sahu

Tragedy

3  

Bikesh Sahu

Tragedy

ଅବୁଝା ମନର ଭାଷା

ଅବୁଝା ମନର ଭାଷା

1 min
160

ମୁଁ କହିଥିଲି ନା 

କାନ୍ଦିବି ନି କି 

କାହାକୁ କନ୍ଦେଇବି ନି ବୋଲି 

ହେଲେ ନ କାନ୍ଦି ମୁଁ କ' ଣ 

ଆଜି ରହିପାରୁଛି ।

ମୁଁ କହିଥିଲି ନା 

ନିଜେ ହସିବି 

ଆଉ ସମସ୍ତଙ୍କୁ ହସେଇ ବି ବୋଲି 

ହେଲେ ମୋ ଓଠର ହସ ସବୁ 

ମୋତେ ପରକରି ଚାଲି ଗଲେଣି 

କୁହ ମୁଁ କ'ଣ ତୁମକୁ ହସେଇ ପାରିବି ।

ମୁଁ କହୁଥିଲି ନା 

ଆଉ ମୁଁ ରାଗିବିନି କି 

ରଗେଇବି ନି ବୋଲି 

ହେଲେ ଆଜି 

ତୁମମାନଙ୍କ ଉପରେ ଥରୁଟିଏ ରାଗିବାକୁ 

ଭାରି ଇଚ୍ଛା ହେଉଛି ।

ମୁଁ କହିଥିଲି ନା 

ଅତୀତ ସ୍ମୃତି ସବୁକୁ 

ଆଉ ମନେ ପକେଇବି ନି ବୋଲି

ହେଲେ ସେ ସବୁକୁ 

ନ ଭାବି କ'ଣ ମୁଁ ରହିପାରୁଛି ।

ଆଉ ହଁ 

ପାରିବ ଯଦି କ୍ଷମା କରିଦେବ ମୋତେ 

କାହିଁକି ନା 

ଏ ଲୁହ ସବୁକୁ ଆଉ ଜମାରୁ ବୁଝେଇ ପାରୁନି 

ଏ ନିର୍ଜୀବ ଫଟୋଟାକୁ ଛାତିରେ ଜାବୁଡି 

ଦେଖିବ ଆସ 

ତୁମମାନଙ୍କୁ କେତେ ଖୋଜୁଛି 

ସତରେ ମୁଁ ଆଜି ସତସତିକା କାନ୍ଦୁଛି । 


Rate this content
Log in

Similar oriya poem from Tragedy