STORYMIRROR

Dr.Santosh Bibhar

Abstract

3  

Dr.Santosh Bibhar

Abstract

ଅବଶୋଷ

ଅବଶୋଷ

1 min
64

ରଙ୍ଗମଞ୍ଚ ତୁଲ୍ୟ ବସୁନ୍ଧରା ରେ

ନାୟକ ନୁହେଁ ସେ ବାସ୍ତବ ମଣିଷ।

ଜୀବନ ର ଏଇ ଦୋଛାକି ନଈ ରେ

ସମୟ ବି ତାକୁ କରେ ଉପହାସ।


ମାୟା ଜାଲେ ଛନ୍ଦା ମୀନ ଟିଏ ପରି

ମୃତ୍ୟୁ ଆଗରେ ସେ ନତମସ୍ତକ।

ବଟ ବୃକ୍ଷ ତଳେ ଥକି ବସିଥିବା

ଦିଗ ହରା ସେ ଯେ ନିରାଶ ପଥିକ।


ସମ୍ପର୍କ ଡୋରି ରେ ବନ୍ଧା ସେ ମଣିଷ 

ମୋହ ମାୟା ଲୋଭ କାରିଅଛି ଗ୍ରାସ।

କେତେ ସ୍ଵପ୍ନ ଦେଖେ ସୁନାର ପଲଙ୍କେ

ସ୍ୱାର୍ଥପର ହୋଇ କରେ ସର୍ବନାଶ।


ଅନ୍ତିମ କାଳ ରେ ବସି ନିରୋଳା ରେ 

କରେ ପଶ୍ଚାତାପ ସବୁ କଥା ଭାବି।

ଚକ୍ଷୁ ଆଗେ ତାର ନାଚେ ବାରମ୍ବାର

ଅତୀତ ର ସବୁ ହିଂସ୍ର ପ୍ରତିଛବି।


ଆରଜୀ ପାରିନି ପୁଣ୍ୟ ଧର୍ମ ଟିକେ 

ଜୀବନ ଟା ଏବେ ହୋଇଯିବ ଶେଷ।

କୋହ ଭରା ଛାତି ଅଶ୍ରୁ ଭିଜା ଆଖି

ମର୍ମାହତ ହୋଇ କରେ ଅବଶୋଷ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract