STORYMIRROR

Dr.Santosh Bibhar

Others

3  

Dr.Santosh Bibhar

Others

ପ୍ରଶ୍ନବାଚୀ

ପ୍ରଶ୍ନବାଚୀ

1 min
34

ନିରବତା ର ପ୍ରତିଧ୍ୱନୀ ଶୁଭେ ଅବା କାହାକୁ,

ଉଙ୍କି ମାରେ କେତେ ପ୍ରଶ୍ନ,

ଦୋହୋଲାଇ ଦିଏ ମନ,

ଖେଳିଯାଏ ଶିହରଣ କାହିଁ କେତେ ଦୂରକୁ।

ଅକୁହା ବେଦନା ସବୁ ଚାପି ରଖେ ଛାତି ତଳେ,

ସାଜିଛି ମୁଁ ନିଶାଚର,

ଘୁରି ବୁଲେ ମନ ମୋର,

ଅବାନ୍ତର ପକ୍ଷୀ ପରି ଏ ଡାଳୁ ସେ ଡାଳେ।

ଅସହାୟ ସାଜିଛି ମୁଁ ,ମନେ ଭରି କେତେ ପ୍ରଶ୍ନ ।

ଖୋଜି ପାଉନି ଉତ୍ତର,

ସବୁ ଥିରେ ନିରୁତ୍ତର,

ନିରୁପାୟ ହୋଇ ଖାଲି ଜର୍ଜରିତ ହୁଏ ମନ।

ଅପେକ୍ଷାର ନାହିଁ ଅନ୍ତ,ତଥାପି ମୁଁ ଜଗିଛି।

କେତେ ସ୍ଵପ୍ନ ଭରି ମନେ,

ବିଚଳିତ ପ୍ରତି କ୍ଷଣେ,

ହୃଦୟେ ସୃଷ୍ଟି ହୁଏ ମୋର ଅସଂଖ୍ୟ ପ୍ରଶ୍ନବାଚୀ।

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍