STORYMIRROR

Dr.Santosh Bibhar

Abstract

4  

Dr.Santosh Bibhar

Abstract

ପଥ ଭ୍ରାନ୍ତ ପଥିକ

ପଥ ଭ୍ରାନ୍ତ ପଥିକ

1 min
98

କାଳଚକ୍ରେ ଘୁରିବୁଲେ , ପଥ ଭ୍ରାନ୍ତ ପଥିକ ମୁଁ,

ସୀମା ହୀନ ଚଲାପଥେ ଯାଯାବର ପକ୍ଷୀ ଟିଏ।

ଲକ୍ଷ୍ୟ ନାହିଁ ସ୍ଵପ୍ନ ନାହିଁ , ମନେ ଭରି କେତେ ଦ୍ଵନ୍ଦ,

ଆକାଶ ରେ ଘୁରି ବୁଲେ ,ମତେ ବା ପଚାରେ କିଏ।

ମରୀଚିକା ପଛେ ଧାଏଁ, ଭାବି ତାକୁ ସ୍ଵର୍ଣ୍ଣ ମୃଗ,

ହେଲେ ସେ ପାଲଟି ଯାଏ ହିଂସ୍ର ରୁପି ଶୃଗାଳ।

କେବେ ପୁଣି ଆଶା ନେଇ ଚାହିଁଥାଏ ଆକାଶକୁ,

ସେଠି ବି ତ କିଛି ନାହି, ଖାଲି କଳା ମେଘମାଳ ।

ଥକି ନାହିଁ ଆଜି ଯାଏଁ, ଏକା ଏକା ବାଟ ଚାଲି

କରୁଅଛି ପ୍ରତିକ୍ଷଣେ ଏବେ ବି ମୁଁ ଅନ୍ୱେଷଣ ।

କେବେ ହବ ଅନ୍ତ ଏଇ କଣ୍ଟକିତ ଚଲାପଥ,

ଜାଣି ପରୁ ନାହି କେବେ ଅନ୍ତ ହେବ ଏ ଭ୍ରମଣ।

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract