ଅବଶୋଷ
ଅବଶୋଷ
ଜହ୍ନର ମୃତ୍ୟୁ ନାହିଁ
ଜ୍ୟୋସ୍ନାର ନାହିଁ ଶେଷେ ନିଶ୍ୱାସ
ଆମେ ଯେତେସବୁ ଛଳନାପ୍ରିୟ
ମିିଛ ପ୍ରେମର ବିରହୀ ମଣିଷ
ସଜାଇ ରଖୁ ଖାଲି
ଅବଶୋଷର ଦୀର୍ଘଶ୍ୱାସ
ମିଥ୍ୟା ଅଭିସାରର ବିବର୍ଣ୍ଣ ସନ୍ଧ୍ୟାରେ
ଜାଳି ଦେଉ ପ୍ରୀତି ଭିଜା ମନ ଉପବନ
ଆଖି ଆଇନାରୁ ପୋଛି ପକାଉ
ପୁୁନେଇ ରାତିର ତୋଫା ପାର୍ବଣ।
