STORYMIRROR

Sunita Barik

Tragedy

3  

Sunita Barik

Tragedy

ଅଭିଶପ୍ତ ପ୍ରେମ

ଅଭିଶପ୍ତ ପ୍ରେମ

1 min
125

ମୁଁ ଜାଣେ ତୁମେ ଏଇଠି ଅଛ

ମୋ ପାଖେ ପାଖେ

ମୋ ଛାଇ ପରି ସାଥିରେ

ହେଲେ ତୁମକୁ ଦେଖିବା ମନା

ପୁଣି ଛୁଇଁବା ମନା

ଖାଲି ଅନୁଭବୁଛି ଯାହା

ତୁମକୁ କହିଥିଲି ନା ଦିନେ

ଏ ସମାଜ ଆମ ପ୍ରେମକୁ ସ୍ବୀକୃତି

ଦେବନି ବୋଲି

ଅଥଚ ତୁମେ କୋଉ

ମୋ କଥା ମାନିଲ ଯେ

ନିଜେ ନଵୁଝି ମୋ ଅବୁଝା ମନକୁ

ପ୍ରେମ ଶିଖେଇବା ଆରମ୍ଭ କଲ

ଦେଖ ପ୍ରେମ ବଦଳରେ

କ'ଣ ପ୍ରାପ୍ତି କଲେ!

ଏବେ ତୁମେ ଅଶରୀରି

ଆଉ ମୁଁ ଆଜୀବନ ବନ୍ଦୀ

ଗୋଟିଏ ରୁଦ୍ଧ କଠୋରୀରେ

ଜାତିବାଦ ବର୍ଣ୍ଣ ସମ୍ପ୍ରଦାୟ ର

କଳଙ୍କ ର କାଳିମାରେ

ଲେଖା ହେଲା ଆମ ପଵିତ୍ର ସଂପର୍କକୁ

ଏକ ଅବ୍ୟେଧ ପାପ ବୋଲି

ତୁମେ କହୁଥିଲ ନା ଆମ ପ୍ରେମ

ନିର୍ମଳ ହୋଇ ରହିବ

ସେଥିରେ କଳାର ଦାଗ ସୁଦ୍ଧା

ଲାଗିବାକୁ ଦେବନି ବୋଲି

କିନ୍ତୁ କାହିଁ ?

ପାପ ର କଳା ଢାଳି

ଆଜି ଆମ ପ୍ରେମ କଳଙ୍କିତ

ଆସ ଯେଉଁ ଠି ବି ଅଛ

ଦେଖିଯାଅ ତୁମ ପ୍ରେମ ଆଉ

ତୁମ ପ୍ରେମିକା କେମିତି

କାଟୁଛନ୍ତି ଏକ ଅଭିଶପ୍ତ ଜୀବନ!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy