Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sushma Manjari Dash

Inspirational Others

2  

Sushma Manjari Dash

Inspirational Others

ଅଭିନୟ

ଅଭିନୟ

1 min
81


ଦୁନିଆଁ ରଙ୍ଗମଞ୍ଚରେ ଆମେ ତ ନାୟକ         

ଅଭିନୟ କରି ଚାଲୁ ଏକ ପରେ ଏକ ।    

କେତେବେଳେ ମୁଖେ ହେଉ କଳାରଙ୍ଗ ବୋଲି  

 ବଦଳିଯାଏ ତା ରୂପ ରେଖ ଭଳି କି ଭଳି ।        

 ଧଳା ରଙ୍ଗ ବୋଲି ପୁଣି କରୁ ସୁନ୍ଦର ଅଭିନୟ     

ଅଭିନୟ କରି ସାରି ସଂସାରରୁ ନେଉ ତ ବିଦାୟ ।

  ସମ୍ମୁଖରେ ଆତ୍ମୀୟତା ପଛପଟେ ମନ୍ଦ ଆଚରଣ ଅନ୍ତରାଳେ କୁଚକ୍ରାନ୍ତ ସମ୍ମୁଖେ ଶୁଭାକାଂକ୍ଷୀ ମିତ୍ର ପରମ।

ଧିକ୍ ଶତଧିକ୍ ଆମର ସେହି କୁଟିଳ ପଣକୁ         

 ମନ ମଧ୍ୟେ ସୃଷ୍ଟିିିିି କରୁଥିବା ବିଭ୍ରାନ୍ତକାରୀକୁ ।

ନାଟକ ରଙ୍ଗମଞ୍ଚରେ ମୁଖେ ବୋଲି ହୋଇ ରଙ୍ଗ   

  ଦ୍ରଷ୍ଟାଙ୍କୁ ଦେବା ସଚେତନତାର ବାର୍ତ୍ତା ନ କରିଣ ବ୍ୟଙ୍ଗ।

   ଦି ଦିନିଆ ସଂସାର ଏତ ଅଟେ କ୍ଷଣସ୍ଥାୟୀ      

  ଭଲକାମ କରି ସର୍ବେ ନିଜ ନାମ ରଖିବା ବଞ୍ଚାଇ ।



Rate this content
Log in

Similar oriya poem from Inspirational