STORYMIRROR

SOMYA RANJAN PANIGRAHI

Abstract Romance Others

3  

SOMYA RANJAN PANIGRAHI

Abstract Romance Others

ଅଭିମାନିନୀ ପ୍ରିୟା

ଅଭିମାନିନୀ ପ୍ରିୟା

1 min
108


ପ୍ରିୟା ମୋର ଭାରି ଅଭିମାନୀ

କଡେଇ କଡେଇ ଚାହେଁ 

ଗୋଲାପି ଓଠ

ଚନ୍ଦର ମୁଖ

ଚିରସ୍ରୋତା ଶାନ୍ତ ନଈ ।

ମୁଁ ଯଦି କହେଁ ତୋତେ ଭଲପାଏଁ

ଜାଗେ ସ୍ୱାଭିମାନ ,ପ୍ରାଚୀର ସମାନ

କହେ ଭଲ ତୋତେ ପାଏଁ ନାହିଁ ।।


କୋଇଲି କଣ୍ଠେ 

ପ୍ରେମମଧୁ ବାଣ୍ଟେ

କହେ

ବସନ୍ତ, ତୁ ଋତୁରାଜ

ମୁଁ ତୋର ଋତୁରାଣୀ

ପ୍ରିୟା କଥା ଶୁଣି

ଅକାଳେ ଫଗୁଣ ଯାଏ ଲେଉଟି

ଫିର୍ କରି ଫେରିଯାଏ ଶ୍ରାବଣୀ

ମନ ଦିଏ ଦୋହଲାଇ ।

ହେଲେ,

ମୁଁ ଯଦି କହେଁ ତୋତେ ଭଲପାଏଁ

ଜାଗେ ସ୍ୱାଭିମାନ ,ପ୍ରାଚୀର ସମାନ

କହେ ଭଲ ତୋତେ ପାଏଁ ନାହିଁ ।।


ଆଖି ତା'ର ଚଳଚଞ୍ଚଳ

ସୁନ୍ଦର ତା' ମୁଖମଣ୍ଡଳ 

କାନେ କାନଫୁଲ

ଆଖିରେ କଜଳ

ଗଭାରେ ତା' ମଲ୍ଲୀଫୁଲ

ଫୁରୁସତେ ଗଢ଼ା ସ୍ବର୍ଗୀୟ ସମ୍ବଳ

ଇସାରାଟା ତା'ର ପୁରା କମାଲ 

ଇସାରାରେ ମୁଁ' ପୁରା ପାଗଳ 

ବକ୍ଷେ ଜାଳେ ପ୍ରେମଜୁଇ

ବୁହାଏ ପ୍ରଣୟ ନଈ ।

ତଥାପି,

ମୁଁ ଯଦି କହେ ତୋତେ ଭଲପାଏ

ଜାଗେ ସ୍ୱାଭିମାନ ,ପ୍ରାଚୀର ସମାନ

କହେ ଭଲ ତୋତେ ପାଏଁ ନାହିଁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract