ଅଭିମାନିନୀ ପ୍ରିୟା
ଅଭିମାନିନୀ ପ୍ରିୟା
ପ୍ରିୟା ମୋର ଭାରି ଅଭିମାନୀ
କଡେଇ କଡେଇ ଚାହେଁ
ଗୋଲାପି ଓଠ
ଚନ୍ଦର ମୁଖ
ଚିରସ୍ରୋତା ଶାନ୍ତ ନଈ ।
ମୁଁ ଯଦି କହେଁ ତୋତେ ଭଲପାଏଁ
ଜାଗେ ସ୍ୱାଭିମାନ ,ପ୍ରାଚୀର ସମାନ
କହେ ଭଲ ତୋତେ ପାଏଁ ନାହିଁ ।।
କୋଇଲି କଣ୍ଠେ
ପ୍ରେମମଧୁ ବାଣ୍ଟେ
କହେ
ବସନ୍ତ, ତୁ ଋତୁରାଜ
ମୁଁ ତୋର ଋତୁରାଣୀ
ପ୍ରିୟା କଥା ଶୁଣି
ଅକାଳେ ଫଗୁଣ ଯାଏ ଲେଉଟି
ଫିର୍ କରି ଫେରିଯାଏ ଶ୍ରାବଣୀ
ମନ ଦିଏ ଦୋହଲାଇ ।
ହେଲେ,
ମୁଁ ଯଦି କହେଁ ତୋତେ ଭଲପାଏଁ
ଜାଗେ ସ୍ୱାଭିମାନ ,ପ୍ରାଚୀର ସମାନ
କହେ ଭଲ ତୋତେ ପାଏଁ ନାହିଁ ।।
ଆଖି ତା'ର ଚଳଚଞ୍ଚଳ
ସୁନ୍ଦର ତା' ମୁଖମଣ୍ଡଳ
କାନେ କାନଫୁଲ
ଆଖିରେ କଜଳ
ଗଭାରେ ତା' ମଲ୍ଲୀଫୁଲ
ଫୁରୁସତେ ଗଢ଼ା ସ୍ବର୍ଗୀୟ ସମ୍ବଳ
ଇସାରାଟା ତା'ର ପୁରା କମାଲ
ଇସାରାରେ ମୁଁ' ପୁରା ପାଗଳ
ବକ୍ଷେ ଜାଳେ ପ୍ରେମଜୁଇ
ବୁହାଏ ପ୍ରଣୟ ନଈ ।
ତଥାପି,
ମୁଁ ଯଦି କହେ ତୋତେ ଭଲପାଏ
ଜାଗେ ସ୍ୱାଭିମାନ ,ପ୍ରାଚୀର ସମାନ
କହେ ଭଲ ତୋତେ ପାଏଁ ନାହିଁ ।।

