STORYMIRROR

Priyabrata Mohanty

Tragedy Inspirational

4  

Priyabrata Mohanty

Tragedy Inspirational

ଅଭାଗା ଜୀବନ

ଅଭାଗା ଜୀବନ

1 min
269

ପଣତ କାନି    ତଳେ ଛପିବା

ଜାବୁଡି ଧରି ସ୍ତନ,

ମୁରୁକି ହସେ    ଜିଣିବା ମନ

ଏହି ବୋଧେ ଜୀବନ ।୧।


ପଡ଼ି ଉଠିବା    ଉଠି ଖେଳିବା

ରାତି ହେଉ ବା ଦିନ,

ହସ ଲୁହରେ     ହୁଏ ଯେ ଗାନ

ଏହି ବୋଧେ ଜୀବନ ।୨।


ବିହଙ୍ଗ ସାଜି    ଉଡ଼ି ବୁଲିବା

ଆଖି ଦେଖେ ସପନ,

ହୃଦୟେ ଉଠେ    କେତେ କମ୍ପନ

ଏହି ବୋଧେ ଜୀବନ ।୩।


ପାଠର ଭାର    କାନ୍ଧରେ ଧରି

ପିଇ ଯିବା ଯେ ଜ୍ଞାନ,

ଚାକିରୀ କରି    ସଞ୍ଚିବା ଧନ

ଏହି ବୋଧେ ଜୀବନ ।୪।


ବିଡି ଗଞ୍ଜେଇ    ମାଛ ମାଉଁସ 

କରିଛୁ ସୁରା ପାନ,

ଭୁଲିଛି ସବୁ    ମାନ ସମ୍ମାନ

ଏହି ବୋଧେ ଜୀବନ ।୫।


ଲୋଭ ମାୟାରେ    ପୀଡିତ ହୋଇ

ଲୁଟେ ଯେ ଦୁଃଖୀ ଦୀନ,

ଜାଣି ପାରେନା    ଶବ କି ଜନ

ଏହି ବୋଧେ ଜୀବନ ।୬।


ବାହା ହୋଇବା    ଘର ଗଢିବା

କରିବା ଅଭିମାନ,

ସନ୍ତାନ ପ୍ରେମେ    ହେବା ଅଧିନ

ଏହି ବୋଧେ ଜୀବନ ।୭।


ଦୁଃଖର ମାଡ଼    ପଡ଼ିଲେ ମୁଣ୍ଡେ

ଚାଲେ କେତେ କ୍ରନ୍ଦନ,

ଭାଗ୍ୟକୁ ନିନ୍ଦି    ହୁଏ ଯେ ନ୍ୟୁନ

ଏହି ବୋଧେ ଜୀବନ ।୮।


ଭୃଣ ହତ୍ୟାକୁ    ବାଲ୍ୟ ବିବାହ

ଚାଲେ ଯେ ଉତ୍ପୀଡ଼ନ,

ଶୋଷଣ ସଙ୍ଗେ    ଶୁଭେ ହା ଅନ୍ନ

ଏହି ବୋଧେ ଜୀବନ ।୯।


ପିଛା ଛାଡେନା    ପ୍ରାରବ୍ଧ ଋଣ

ବଦଳେ ଖାଲି ସନ,

ଭୋଗିବେ ସବୁ    ବଡ଼ରୁ ସାନ

ଏହି ପରା ଜୀବନ ।୧୦।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy