ଆଉ କିଛି ବାକି ରହିଯାଏ
ଆଉ କିଛି ବାକି ରହିଯାଏ
ଇଚ୍ଛାରେ ସମ୍ପୂର୍ଣ ମଣିଷ ଜୀବନ
ଇଚ୍ଛା ପାଇଁ ଆଜି ଚଞ୍ଚଳ ଏ ମନ l
କିଛି ଇଚ୍ଛା ପୁରା ହୁଏ
ଆଉ କିଛି ଇଚ୍ଛା ବାକି ରହିଯାଏ ll
ଜୀବନଟା ଛୋଟ ଚଢେଇଟିଏ
କେତେଆଶା ମନେ ସଞ୍ଚିତ ଥାଏ l
କିଛି ଆଶା ପୁରା ହୁଏ
ଆଉ କିଛି ଆଶା ବାକି ରହିଯାଏ ll
ମଣିଷ ଜୀବନ ସୁଦୂର ନହୋଇ
ଯାତ୍ରା ବଡ ହେଲେ ଜୀବନ ନଥାଇ l
କେବେ ଜୀବ ଚାଲିଯାଏ
ଆଉ କିଛି ଯାତ୍ରା ବାକି ରହିଯାଏ ll
କାହିଁ ଗଲା ଏବେ ସେ ପିଲାଦିନ
ଖେଳ ନାଚ କୁଦ ଖୁସିରେ ମନ l
ପିଲାଦିନ ଚାଲିଯାଏ
ଆଉ କିଛି ଖୁସି ବାକି ରହିଯାଏ ll
କିଶୋର ଅବସ୍ଥା ଏଣେ ତେଣେ ମନ
ମନେ ଭାବୁ ନୂଆ କିଣିବାକୁ ଯାନ l
କିଶୋର ବି ହଜିଯାଏ
ଆଉ କିଛି ଭାବନା ବାକି ରହିଯାଏ ll
ପାଠ ପଢିବାକୁ କଲେଜ ମାଡିଲୁ
କୁସଙ୍ଗରେ ପଡି ପାଠକୁ ଛାଡିଲୁ l
ଭବିଷ୍ୟତ ନଷ୍ଟ ହୁଏ
ଆଉକିଛି ପାଠ ବାକି ରହିଯାଏ ll
ଟଙ୍କା ପାଇଁ ଆସି ବିଦେଶରେ ଖଟୁ
ଖରା କାକରରେ ଦିନ ରାତି କଟୁ l
ଘରକଥା ମନେ ପଡେ
ଆଉ କିଛି କଥା ବାକି ରହିଯାଏ ll
ପତ୍ନୀ ପିଲା ଛାଡି ବିଦେଶେ ବସିଲୁ
ଟଙ୍କା ପାଇଁ ଆସି ଦାଦନ ଖଟିଲୁ l
ଜୀବନୁ ଶାନ୍ତି ହଜିଯାଏ
ଆଉ କିଛି ଶାନ୍ତି ବାକି ରହିଯାଏ ll
ଏପରି କଷ୍ଟରେ ଦିନ ବିତିଯାଏ
ବୟସ ଆଣି ବୃଦ୍ଧରେ ସଜାଏ l
କଳାକେଶୁ ଜୀବଚାଲିଯାଏ
ଆଉ କିଛି ବୟସ ବାକି ରହିଯାଏ ll
ଏକତରଫା ପ୍ରେମକୁ ଦୁଇ ତରଫା କରିଲ
ପ୍ରେମଦୀପେ ଏକା ଜଳୁଥିଲି ମୋ ସାଥେ ଜଳିଲ l
ସେହି ପ୍ରେମଆଜି ମନେପଡେ
ଆଉ କିଛି ପ୍ରେମ ବାକି ରହିଯାଏ ll
ସ୍ୱପ୍ନ ବଡ ହେଲେ ରାତିଟି ଛୋଟ
ସ୍ୱପ୍ନ ଦେଖୁଥାଏ ସରିଲା ବାଟ l
ଅଧାସ୍ୱପ୍ନ ଭାଙ୍ଗିଯାଏ
ଆଉ କିଛି ସ୍ୱପ୍ନ ବାକି ରହିଯାଏ ll
ଜୀବନ ସମ୍ପୂର୍ଣ୍ଣ ଭରିଛି ସ୍ମୃତିରେ
କିଛି ସ୍ମୃତି ମୁହିଁ ସାଉଁଟେ ହାତରେ l
କିଛି ସ୍ମୃତି ହଜିଯାଏ
ଆଉ କିଛି ସ୍ମୃତି ବାକି ରହିଯାଏ ll
ଦଇବ ଦଉଡି ମଣିଷ ଗାଈ
ଯେଣିକି ଟାଣଇ ଶେଣିକି ଯାଇ l
କିଛି ଆମ ହାତେ ନଥାଏ
ଜୀବନେ ସବୁ କିଛି ବାକି ରହିଯାଏ ll
