STORYMIRROR

Manoranjan Gochhayat

Others

4  

Manoranjan Gochhayat

Others

ଘୋଷ ଯାତରା

ଘୋଷ ଯାତରା

1 min
257


ବଡ ଦାଣ୍ଡେ ବଡ଼ ଭିଡ଼ ଲାଗିଅଛି 

କାଳିଆ ଯାତରା ପାଇଁ 

ଧାଇଁ ଆସିଛନ୍ତି କାହିଁ କେତେ ଦୂରୁ

ଜଗାକୁ ଦେଖିବା ପାଇଁ ll


ବଡ଼ ଦେଉଳକୁ ଛାଡି ବଡ଼ଦାଣ୍ଡେ

ବସିବୁ ତୁ ନନ୍ଦିଘୋଷେ 

ଭାଇ ଭଉଣୀଙ୍କୁ ସାଥି ନେଇଯିବୁ

ମିଳିବୁ ଗୁଣ୍ଡିଚା ବାସେ ll


କାଶୀ ବିଶ୍ୱନାଥ ବାଇଶି ପାହାଚେ

ଦରଶନ ପାଇଁ ବସି  

ତୋତେ ଥରେ ଦେଖିବାକୁ ଚାହିଁଚାହିଁ

ପାଷାଣ ହେଲେଣି ଆସି ll


ବଡ ଦେଉଳରୁ ବଡ଼ ଦାଣ୍ଡ ଯିବୁ

ଦାରୁ ବ୍ରହ୍ମ ଝୁଲି ଝୁଲି 

ମୁଣ୍ଡରେ ବାନ୍ଧିକି ସୁନ୍ଦର ଟାହିଆ

ଝୁମୁରୁ ଝୁମୁରୁ ଚାଲି ll


ବଡ ଦାଣ୍ଡେ ତୋର ଦଶ ଅବତାର 

ଲୀଳାକୁ ରଚିବା ପାଇଁ 

ରଥରେ ବାମନ ରୁପକୁ ଦେଖିକି 

ମୁକତି ଲଭିବା ଯାଇ ll


କଳା ମୁଖ କଳା କଳିଆ ଠାକୁର

ନନ୍ଦିଘୋଷେ ବିଜେ ହେଲେ 

ସୁଭଦ୍ରାଙ୍କ ସଙ୍ଗେ ତାଳଧ୍ଵଜ ରଥେ

ବଳଭଦ୍ର ବିଜେ କଲେ ll


ରାଜା ଆସି ତୁମ ଚଣ୍ଡାଳ ସାଜିବେ

ରଥକୁ ଓଳେଇ ଦେଇ 

ଚାରିପାଖେ ଛେରା ପହଁରା କରିବେ 

ସୁନା ଖଡ଼ିକାକୁ ନେଇ ll


ରଥେ ବନ୍ଧା ହେବ ବିରାଟ ଦଉଡି

ଭକତ ଭିଡ଼ିବା ଲାଗି 

ଦଉଡି ଛୁଇଁଲେ ପାପ ଧୋଇଯାଏ

କୋଟିଏ ପୂଣ୍ୟର ଭାଗୀ ll


ଖୁଣ୍ଟିଆ ଡାକୁଛି ହୋଓ ଭକତେ ହୋ

ରଥ ଚକ ଯାଉ ଗଡି 

ଧଳା କଳା ଘୋଡେ ଚଢି ମହାବାହୁ

ପଣ୍ଡା ହାତେ ଗୌରୀ ବାଡ଼ି ll


ଲୀଳା ସମାପନ କରି ରଥ ଚାଲେ

ବଡଦାଣ୍ଡେ ଭକ୍ତ ଭୋଳ 

ଦୟଣା ଚନ୍ଦନ ଅଗୁରୁ କସ୍ତୁରୀ

ମଥାରେ ତୁଳସୀ ମାଳ ll


ଗୁଣ୍ଡିଚା ରାଣୀର ଗୁଣ୍ଡିଚା ମନ୍ଦିର

ଅଭିମୁଖେ ଆଜି ଯାତରା 

ରଥେ ବିଜେ ଆଜି ଚତୁର୍ଦ୍ଧା ମୂରତି

ପୋଡ଼ ପିଠା ପାଇଁ କାତରା ll


ଆସରେ ଭକତ କଳିଆ ସାଆନ୍ତ

ଦେଉଳୁ ହୋଇଲେ ବାହାର 

ଶିରୀକ୍ଷେତରରେ କଳିଆ ଆଗରେ

ଦୁଃଖ ଜଣା ଯିଏ ଯାହାର ll


ବହୁତ ଦିନରେ ଆସିଛି କଳିଆ

ଭେଟିବାକୁ ଭକତଙ୍କୁ 

ଯେଉଁ ଭକ୍ତମାନେ ଦେଉଳେ ନଯାନ୍ତି

କଳିଆ ଭେଟିବ ତାଙ୍କୁ ll



Rate this content
Log in