Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manoranjan Gochhayat

Others

3  

Manoranjan Gochhayat

Others

ସନ୍ତାନ

ସନ୍ତାନ

1 min
167


ସନ୍ତାନ ଅଟଇ ଅନ୍ଧର ଲଉଡ଼ି

ଅଟଇ ନୟନ ତାରା 

ମାତା ପାଇଁ ପୁତ୍ର ହୃଦୟ ସ୍ପନ୍ଦନ 

ଯେହ୍ନେ ଧରା ପାଇଁ ସରା ll ୧ ll


ଯେବେସେ ଜାଣିଲା ତା ଗର୍ଭେ ବଢୁଛି

ସନ୍ତାନ ତା ଗଣ୍ଠି ଧନ 

ସେବେ ଠାରୁ ବସି ଦିନ ଗଣୁଥାଏ

ଅସ୍ଥିର ହୁଏ ତା ମନ ll ୨ ll 


ଉତ୍କଣ୍ଠା ମନରେ ଖୁସି ଆନନ୍ଦରେ

କଟିଯାଏ ଦଶ ମାସ 

ସନ୍ତାନ ଖୁସିରେ ଗରଭ ଯନ୍ତ୍ରଣା

ଭୁଲେ ଓଠେ ରଖେ ହସ ll ୩ ll 


ଜନମ ଦେଇକି ବଡ଼ସେ କରିଛି

ଅମୃତ ଛାତିରୁ ଦେଇ 

ଭଲପାଇବାଟା କେମିତି ଅଟଇ

ଶିଖ ମାଆ ଠାରୁ ଯାଇ ll ୪ ll


ସନ୍ତାନ ମୁଖରେ ଦୁଃଖ ଯେବେ ଦେଖେ

ମନରେ ତାହାର କୋହ 

ଜନମି ସନ୍ତାନ ଯେବେ କାନ୍ଦୁଥାଏ

ହସୁଥାଏ ତାର ମୁହଁ ll ୫ ll 


ସବୁ ମିଳିଯିବ ଦୁନିଆଁରେ ବାବୁ

ଖୋଜି ମାଆ ନମିଳିବେ 

ମାଆର ସନ୍ତାନ ସ୍ନେହ ଶ୍ରଦ୍ଧା ପ୍ରେମ

ଅଭାବ ନଥାଏ କେବେ ll ୬ ll 


କେତେ ଜପ କେତେ ତପସେ କରିଛି

ସନ୍ତାନ ପାଇବା ପାଇଁ 

ବଡହେଇ ନିଜ ମାଆକୁ ଭୁଲିଛି

ଟଙ୍କାକୁ ପାଖରେ ପାଇ ll ୭ ll 


ମାଆ ବୁଝେ ମନ ଡାକୁଥାଏ ଧନ

ଚିନ୍ତା ଥାଏ ପୁଅ ପେଟର 

ସେହି ମାଆକୁ ତୁ ପାଦେ ଆଡେଇଲୁ

କେମିତି ସନ୍ତାନ ମାଆର ll ୮ ll


କରୁଣାମୟୀ ମା ସବୁବେଳେ ସାହା

ଦୁଃଖ ଦେଖେନାହିଁ ତୋହର 

ପତ୍ନୀ ପାଇ ତୁହି ଭୁଲିଛୁ ମାଆକୁ

ସନ୍ତାନତୁ ଅଯୋଗ୍ୟର ll ୯ ll


ମାଆର ମମତା ପାଇ ବିଶ୍ୱଜିତା

କୋଳତା ସରଗ ପୁର 

ସ୍ନେହ ଶ୍ରଦ୍ଧା ଦେଇ ଯତ୍ନେ ପାଳୁଥାଏ

ନିଜ ସନ୍ତାନକୁ ତାର ll ୧୦ ll 



Rate this content
Log in