ଭାବ ବିନୋଦିଆ ଦରଦୀ ବନ୍ଧୁ
ଭାବ ବିନୋଦିଆ ଦରଦୀ ବନ୍ଧୁ
ଦୁଃଖରୁ ଉଦ୍ଧାର ଦରିଦୀ ବନ୍ଧୁ,
ଭବ ସାଗର ଏ ଦୁଃଖର ସିନ୍ଧୁ
ପାରିକର ମୋଜୀବନ,
ପ୍ରାଣନାଥ ମୋର ବିଶିକେଶନ l
ଭାବରେ ଛନ୍ଦା ତୁ ଭାବରେ ବନ୍ଧା,
ଭାବ ମନ୍ଦିରରେ ଭାବର ଧନ୍ଦା
ତୋଭାବେ ଭବରୁ ମୁକତି,
ଭାବକୁ ଚିହ୍ନୁ ତୁ ଦାରୁମୂରତି l
ଭାବରେ ମଜିଲୁ ଭାବରେ ରସିଲୁ,
ଭକ୍ତି ଭାବ ପାଶେ ତୁ ଯାଇ ପଶିଲୁ
ମୋହିଲା ଭାବ ଭକ୍ତର,
ଭକ୍ତଭାବ ପ୍ରେମୀ କଳା ଠାକୁର l
ଭାବ ଯିଏଦେଲା ଦେଲୁତାକୁ ଦୁଃଖ,
ହଜିଲା ଜୀବନୁ ଦରଦୀର ସୁଖ
ଦରଦୀ ସେ ହତଭାଗା,
ତଥାପି ତୋ ଭାବେ ରସିଲାସେ ଜଗା l
ଭାବ କାଙ୍ଗାଳିଆ ଠାକୁର ଟିଏ,
ଭାବ ଯିଏ ଦେଲା ତାହାର ସିଏ
ଦୁଃଖୀତା ଭାବରେ ଛନ୍ଦୁ,
ଭାବ ରଙ୍କୁଣିଆ ଦରଦୀ ବନ୍ଧୁ l
ଭାବକୁ ନିକଟ ଅଭାବେ ଦୂର,
ଭବସାଗରରୁ ତୁପାରି କର
ଭାବବିନୋଦିଆ ଠାକୁର,
ତୋ ବିନା କାଳିଆ ସବୁ ଅସାର l
ଭାବେ ହଜିଗଲେ ଲାଗିବ ଡୋରି,
ତୋ ମୁଖ ଦର୍ଶନେ ଯିବି ମୁଁ ପୁରୀ
ଧନ୍ୟ ହେବ ମୋଜୀବନ,
ଦେଖି ଚକା ଆଖି ଚକାନୟନ l
ଦରଦୀର ବନ୍ଧୁ ଦରିଦ୍ର ନାଥ,
ଦରିଦ୍ର ବୋଲିସେ କଣ୍ଟାତା ପଥ
ଦରିଦ୍ର ହେବାକି ଦୋଷ,
ଦରଦୀର ସଖା ତୁ ଜଗଦୀଶ l
ଦରଦୀସେ ବୋଲି ଦୁଃଖ ସହିଲା,
ଦୁଃଖରେ ସୁଖରେ ତତେ ଲୋଡିଲା
ତୋର ସହ ତାର ଡୋର,
ଦୁଃଖେ ତା ସହାୟ ତୁ ଚକ୍ରଧର l
ଦରଦୀର ପ୍ରାଣ ଭାବରେ ଟାଣ,
ଭକ୍ତିରେ ଉଦ୍ଧାରୁ ଭକତ ପଣ
ତୋ ବିନୁ ଉଦ୍ଧାର ନାଇଁ,
ଡ଼ାକିନେ ପାଖକୁ କଳା କହ୍ନାଇଁ l
ଦରଦୀର ପ୍ରାଣ ଅନ୍ଧ ଲଉଡ଼ି,
ଦରଦୀର ଦୁଃଖ ନେଲୁନି କାଢି
ଦୁଃଖରେ ସମ୍ପୂର୍ଣ ସିନ୍ଧୁ,
ଦୂର କର ଦୁଃଖ ଦରଦୀର ବନ୍ଧୁ l
