ମାଆ ଓ ମମତା
ମାଆ ଓ ମମତା
ମାଆର ମମତା ପାଇ ବିଶ୍ୱଜିତା
କୋଳତା ସରଗ ପୁର,
ସ୍ନେହ,ଶ୍ରଦ୍ଧା ଦେଇ ଜତ୍ନେ ପାଳୁଥାଏ
କୋମଳ ଶିଶୁକୁ ତାର l
ମାଆ ମୋର ଲଷ୍ମୀ ମାଆ ମୋର ଦୁର୍ଗା
ମାଆ ମୋର ସତୀ ସୀତା,
ମାଆମୋ ସରଗ ମାଆମୋ ମରତ
ମାଆ ମୋର ଅଟେ ଦେବତା l
ମାଆ ସିଏ ମୋର ମମତାରେ ତାର
କେବେସେ କରିନି ଉଣା,
ତାର ମହତ୍ୱକୁ କେମିତି ଗାଇବି
ଦେବତାରେ ସିଏ ଗଣା l
ମାଆମୋର ପ୍ରେମ ମାଆମୋ ଜୀବନ
ମାଆ ମୋର ଅଟେ ଦୁନିଆ,
ମାଆ ସ୍ନେହ ଶ୍ରଦ୍ଧା ମାଆର ପଣତ
ସଦା କରୁଥାଏ କିମିଆଁ l
ଦଶମାସ ଦଶ ଦିନ ଗର୍ଭେ ଧରି
ଦୁନିଆଁ ଦେଖାଏ ମାଆ,
ଭୂମିସ୍ପର୍ଶ ଠାରୁ ଭୂମି ଲୀନ ଯାଏଁ
ସଦା ହୋଇଥାଏ ସାହା l
ତାର ଅଧରରୁ ଅମୃତ ପିଆଇ
ବାଲ୍ୟରୁ ବଢାଏ ଯୁବ,
କାର୍ଯ୍ୟ ଆରମ୍ଭରୁ ତାପାଦ ଛୁଇଁଲେ
ସବୁ କାର୍ଯ୍ୟ ହୁଏ ଶୁଭ l
ଯେତେ ଝଡଝଞ୍ଜା ଆସିଲେବି ସବୁ
କ୍ଷତି କରିନାହିଁ ମୋର,
ସବୁ ବିପଦରୁ ରକ୍ଷା କରୁଥାଏ
ପଣତେ ଘୋଡାଇ ତାର l
କିଏଡାକେ ମାଆ କିଏଡାକେ ବୋଉ
ମାମା ମମି ଡାକେ କିଏ,
ଡାକ ଭିନ୍ନ ହେଲେ ସ୍ନେହ ମମତାରେ
ଅଭାବ ନକରେ ସିଏ l
ମାଆର ମମତା ମାଆ ସ୍ନେହଶ୍ରଦ୍ଧା
ମାଆର ରାଗ ଓ ଆକଟ,
ଜୀବନ ଯୁଦ୍ଧରେ ଲକ୍ଷ୍ୟଲାଭ ପାଇଁ
ପୁଷ୍ପମୟ କରେ ବାଟ l
ମାଆର ମମତା କେମିତି ଗାଇବି
ଶବ୍ଦର ଅଭାବ ପଡୁଛି,
ଅବୋଧ ବାଳକ ତ୍ରୁଟି ପାଇଁ ମୋର
ତୁମ ପାଦେ କ୍ଷମା ମାଗୁଛି l
