ଭାବିବାଟା ମୋର ବୋକାମୀ
ଭାବିବାଟା ମୋର ବୋକାମୀ
1 min
140
ଭାବୁଛି ମୁଁ ପୂଣ୍ୟ କରିବି
ଭାବିଭାବି ପୂଣ୍ୟ ଅର୍ଜିବି l
ଭାବିବାଟା ମୋର ବୋକାମୀ
ଭାବି ପୂଣ୍ୟ ଅର୍ଜି ହୁଏନି ll
ଭାବୁଛି ସାହାଯ୍ୟ କରିବି
ସହଯୋଗ ପାଇଁ ଭାବିବି l
ଭାବିବାଟା ମୋର ବୋକାମୀ
ଭାବିଲେ ସାହାଯ୍ୟ ହୁଏନି ll
ଭାବୁଛି ଖାଇବା ଖାଇବି
ଖାଇକି ଭୋକମୋ ମାରିବି l
ଭାବିବାଟା ମୋର ବୋକାମୀ
ଭାବିଦେଲେ ପେଟ ପୁରେନି ll
ଭାବୁଛି ମୁଁ ପାଠ ପଢ଼ିବି
ପାଠ ପଢି ନାଁ ରଖିବି l
ଭାବିବାଟା ମୋର ବୋକାମୀ
ଭାବିଦେଲେ ପାଠ ହୁଏନି ll
ଭାବୁଛି ଠାକୁର ପୂଜିବି
ପୂଜି ମୁକ୍ତିଲାଭ କରିବି l
ଭାବିବାଟା ମୋର ବୋକାମୀ
ଭାବିଦେଲେ ମୁକ୍ତି ମିଳେନି ll
