ଆତ୍ମହନ୍ତା
ଆତ୍ମହନ୍ତା
ଜୀବନର ମୂଲ୍ଯ ଏତେ ଅହେତୁକ
କିମ୍ପା କରିଦେଇ ଗଲୁ
ଆରେ ଆତ୍ମହନ୍ତା !!!
କୋଟି ପୁଣ୍ୟେ ମିଳେ ମାନବର ଜନ୍ମ
ଅଯଥାରେ ସାରିଦେଲୁ ! !
ଘେନି ପାରିବୁ କି ପୁଣି ଆଉଥରେ
ତୋ ମଡା ଭିତରେ ପ୍ରାଣ
କଅଣ ବିଚାରି ଆତ୍ମହତ୍ୟା କଲୁ
ଆତ୍ମା ଆଜି କରେ ପ୍ରଶ୍ନ ।
ମରିବା ତ ଦିନେ ନିରାଟ ଏ ସତ୍ୟ
ନେଇଛନ୍ତି ଆମେ ଜନମ
ଆରେ ଆତ୍ମହନ୍ତା !
ଭୀରୁ ସାଜି କିଆଁ ଅଧାରୁ ହାରିଲୁ
ଜୀବନର ମହାସଂଗ୍ରାମ ।
ଛାଡି ଚାଲିଗଲୁ ତୋ ଶବ ପଛରେ
ହଜାରେ ପ୍ରଶ୍ନବାଚକ ଚିହ୍ନ!
ବାଣ୍ଟି ଦେଇଥିଲେ ହୃଦୟର ବ୍ୟଥା
e="color: rgb(0, 0, 0);">ବୋଧେ ପାଇପାରିଥା'ନ୍ତୁ ତୁ ସମାଧାନ ।
ଜୀବନ ଦେଇନୁ ନିଜ ଶରୀରରେ
ଆତ୍ମହାତେ ଯେବେ ତୁହି
କେଉଁ ଅଧିକାରେ କଲୁ ଆତ୍ମହତ୍ୟା
ନିଶ୍ଚିନ୍ତେ ଗଲୁ ଚିରସୁପ୍ତ ହୋଇ ।
ବଇରୀ ତୋ ଆଜି ଥିବ ଉଲ୍ଲସିତ
ତୁ ଯେ ମାନିଗଲୁ ହାର
ଭୟ କଲା ଜୟ ସାହସ ଉପରେ
ଶୋକସନ୍ତପ୍ତ ତୋ ପରିବାର ।
ତୁ ନାହୁଁ ସିନା ଜୁଝିବେ ଏବେବି
ପ୍ରିୟ ଆତ୍ମୀୟ ସ୍ୱଜନ ତୋର
ଖୋଜି ଚାଲିଥିବେ ତୁ ଛାଡିଥିବା
ପ୍ରତି ପ୍ରଶ୍ନ ର ଉତ୍ତର ।
ଜୟ ନୁହେଁ ତୋର ପରାଜୟ ଇଏ
ସାଜିଲୁ ତୁ ପଳାତକ
ଜୀବନର ଯୁଦ୍ଧେ ବୀରଗତି ଗଲେ
ସମ୍ମାନ ଜଣାଏ ଜଗତ ।